ଓଡ଼ିଶାମୁଖ୍ୟ ଖବର

ଆଗାମୀ ୫ ବର୍ଷରେ ଗରିବୀ ୧୦ ପ୍ରତିଶତ ହ୍ରାସ କରିବୁ: ମୁଖ୍ୟମନ୍ତ୍ରୀ

ବିଜୁ ଜନତା ଦଳ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଏହା ସମ୍ଭବ ହୋଇପାରିଛି । ଓଡ଼ିଶାରେ ଆଗାମୀ ୫ ବର୍ଷରେ ଗରିବୀ ୧୦ ପ୍ରତିଶତ ହ୍ରାସ କରିବୁ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି । ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ସେ ଓଡ଼ିଶାବାସୀଙ୍କୁ ବେଶ ପ୍ରଶଂସା କରିଛନ୍ତି ।

ନବୀନ କହିଛନ୍ତି କି, ପଚିଶ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଯାଇଛି । ବିଜୁ ଜନତା ଦଳ ହେଉଛି ଦେଶର ଏକମାତ୍ର ଦଳ, ଯାହାର ଲୋକପ୍ରିୟତା ପ୍ରତି ବର୍ଷ ବଢ଼ିଚାଲିଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠାକୁ ମୁଁ ସମ୍ମାନ ଜଣାଉଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଜାତିସଂଘ ଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ପ୍ରଶଂସା ପାଇଛି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଖାଇଛି । ଦିନ ଥିଲା ଆମେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । କିନ୍ତୁ ଆଜି ସେ ପରିସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ତିନି ନମ୍ବରରେ ଅଛି । ଏହାର ସବୁ ଶ୍ରେୟ ଆମର ଚାଷୀ ଭାଇମାନଙ୍କର ।

Show More

Related Articles

Back to top button