Breaking PLUSଦେଶମୁଖ୍ୟ ଖବର

କୋଭିଡ୍‌-୧୯ ବୁଷ୍ଟର ଡୋଜ୍ କୁ ମିଳିଲା ଅନୁମତି

ଜାନୁଆରୀ ୧୦ରୁ ଆରମ୍ଭ

ଦେଶରେ କମୁନି କରୋନା କୋପ । ଏହା ଉପରେ ପୁଣି ଓମିକ୍ରନ୍ ଆତଙ୍କ । କରୋନା ମହାମାରୀର ଏହି ଘାତକ ଭାରିଆଣ୍ଟ ତୃତୀୟ ଲହର ବା ଆଉ ଏକ ଲହରର କାରଣ ହେବାକୁ ଯାଉଛି । ଦେଶରେ ଏଭଳି ସ୍ଥିତିରେ ଉଭୟ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । ବର୍ତ୍ତମାନ କରୋନା ବିରୋଧରେ ଏକ ମାତ୍ର ଅସ୍ତ୍ର କରୋନା ଟିକା ରହିଥିବା ବେଳେ ଓମିକ୍ରନ୍ ଉପରେ କରୋନା ଟିକା କେତେ ପ୍ରଭାବୀ ତାକୁ ନେଇ ମଧ୍ୟ ଭିନ୍ନ ମତ ପ୍ରକାଶ ପାଉଛି ।

ତେବେ ଓମିକ୍ରନ୍ ସଙ୍କଟ ମଧ୍ୟରେ ଦେଶରେ କୋଭିଡ୍‌-୧୯ର ବୁଷ୍ଟର ଡୋଜ୍‌କୁ ମିଳିଛି ଅନୁମତି । ବୁଷ୍ଟର ଡୋଜ୍ ବା ପ୍ରିମସନାରୀ ଟିକାକୁ ଭାରତ ସରକାରଙ୍କ ଅନୁମୋଦନ ମିଳିବା ପରେ ଆସନ୍ତା ଜାନୁଆରୀ ୧୦ରୁ ଦେଶରେ ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହେବ । ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ଜଣାପଡିଛି ।

ଦ୍ୱିତୀୟ ଡୋଜ୍ ଟିକା ନେବାର ୯-୧୨ ମାସର ସମୟ ମଧ୍ୟରେ ବୁଷ୍ଟର ଡୋଜ୍ ନେଇପାରିବେ । ପ୍ରିକସନାରୀ ଡୋଜ୍ ଭାବରେ ଏବେ ଦେଶରେ କେଉଁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଲୋକମାନେ ନିଜ ଇଚ୍ଛା ଅନୁସାରେ ବୁଷ୍ଟର ଡୋଜ୍ ନେଇପାରିବେ ।

Show More

Related Articles

Back to top button