ଦେଶମୁଖ୍ୟ ଖବର

ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ NIA ରେଡ୍

ଆତଙ୍କୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ । ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାମ୍ମୁ-କାଶ୍ମୀରର ୧୬ ଜାଗାରେ ରେଡ୍‌ କରୁଛି । ଏହି ଚଢାଉରେ ୪ଜଣଙ୍କୁ ଗିରଫ ମଧ୍ୟ କରିଛି NIA । ଗିରଫ ହୋଇଥିବା ସମସ୍ତ ଆତଙ୍କୀ ପାକିସ୍ତାନର ନିର୍ଦ୍ଦେଶରେ କାଶ୍ମୀର ଘାଟିରେ ଥିବା ଆତଙ୍କୀ ସଂଗଠନକୁ ସହଯୋଗ କରୁଥିଲେ ।

ଖବର ଅନୁସାରେ, ଘାଟିରେ ଏବେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ପ୍ରତିଦିନ ଘାଟିରୁ ହିଂସାର ଖବର ସାମ୍ନାକୁ ଆସିଛି । ତେବେ ଏହି ଆତଙ୍କୀ କାର୍ଯ୍ୟକଳାପକୁ ନେଇ ତଦନ୍ତକାରୀ ସଂସ୍ଥା ତତ୍ପରତା ଦେଖାଇଛି । ଏହି ପ୍ରରିପେକ୍ଷୀରେ ଆଜି NIA ଜାମ୍ମ-କାଶ୍ମୀରର ୧୬ଟି ସ୍ଥାନରେ ରେଡ଼୍‌ କରିଛି । ଆତଙ୍କୀ କାର୍ଯ୍ୟକଳାପ ନେଇ ଶ୍ରୀନଗର, ପୁଲଓ୍ୱାମା ଓ ସୋପିଆନ୍‌ ସମେତ ୧୬ଟି ସ୍ଥାନରେ ଚଢାଉ କରିଛି NIA । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏହାସହିତ ଘଟଣାରେ ୪ଜଣଙ୍କ ଗିରଫ ମଧ୍ୟ କରାଯାଇଛି । NIA ଗିରଫ କରିଥିବା ଅଭିଯୁକ୍ତଙ୍କ ନାମ- ବସିମ୍‌ ଅହମ୍ମଦ ସୋଫି, ତାରିକ ଅହମ୍ମଦ ଡାର, ବିଲାଲ ଅହମ୍ମଦ ମୀର ଏବଂ ବିଲାଲ ପୁପୁ ବୋଲି ଜଣାପଡିଛି । ଏମାନେ ଘାଟିରେ ଥିବା ଆତଙ୍କୀଙ୍କୁ ସହଯୋଗ କରୁଥିଲେ । ପାକିସ୍ତାନରୁ ମିଳୁଥିବା ଆଦେଶରେ ଏମାନେ କାମ କରୁଥିବାର ଖୁଲାସା କରିଛି NIA । ଆଗକୁ ଏପରି ଅନେକ ସ୍ଥାନରେ ରେଡ୍‌ କରିବାର ଯୋଜନା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ।

Show More

Related Articles

Back to top button