ଓଡ଼ିଶାମୁଖ୍ୟ ଖବର

କଂଗ୍ରେସ ଭବନରେ ହୋଇଛି ବ୍ୟାପକ ଭଙ୍ଗାରୁଜା

ଆଜି ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି । କିଛି ଯୁବକ ଯୁବ କଂଗ୍ରେସ ଅଫିସ ତାଲାଭାଙ୍ଗି କରିଛନ୍ତି ଭଙ୍ଗାରୁଜା । ତେବେ ଭଙ୍ଗାରୁଜା କରିବା ପରେ ଉକ୍ତ ଯୁବକମାନେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି । କିଏ ଓ କାହିଁକି ଏହି କାଣ୍ଡ ଘଟାଇଛି, ସେନେଇ କୌଣସି ତଥ୍ୟ ମିଳିପାରି ନଥିବା ବେଳେ ଏହି ଘଟଣାଟି ସମସ୍ତଙ୍କୁ ହତବାକ୍ କରିଦେଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟ କଂଗ୍ରେସରେ ଅଧିକାଂଶ ସମୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଥାଏ । ତେଣୁ ଆଜିର କାଣ୍ଡ ପଛରେ କିଛି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ହାତ ଥିବା ଅନୁମାନ କରାଯାଉଛି ।

Show More

Related Articles

Back to top button