Breaking PLUSବଲିଉଡ

ପୁଣି ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି

ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ନେଇ ହୋଇଛି ବିଳମ୍ବ । ଏନସିବି ଜାମିନ ଆବେଦନ ଉପରେ ନିଜର ଜବାବ ଦାଖଲ କରିବାରେ ବିଳମ୍ବ ଯୋଗୁଁ ଶୁଣାଣି ସମୟକୁ ମଧ୍ୟାହ୍ନ ୨.୪୫ ଯାଏ ଏହାକୁ ଘୁଞ୍ଚାଇ ଦିଆଯାଇଛି ।

ଆଜି ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ଏଥିପାଇଁ ଆର୍ୟନଙ୍କ ଓକିଲ ମଧ୍ୟ କୋର୍ଟ ରୁମରେ ଉପସ୍ଥିତ ଥିଲେ । ଶୁଣାଣି ପାଇଁ ବିଚାରପତି ପ୍ରସ୍ତୁତ ହେଉଥିବା ବେଳେ ଏନସିବି ଜାମିନ ଆବେଦନ ଉପରେ ନିଜର ଜବାବ ଦାଖଲ କରିବାରେ ବିଳମ୍ବ କରିଥିଲା ।

ଏନସିବି ଜବାବ ଦାଖଲ କରିବା ପରେ ଏହାକୁ ଆର୍ୟନଙ୍କ ଓକିଲଙ୍କୁ ଦିଆଯାଇଥିଲା । ହେଲେ ଶୁଣାଣି ବେଳେ ଏନସିବି ପକ୍ଷରୁ କେହି କୋର୍ଟ ରୁମରେ ଉପସ୍ଥିତ ନଥିଲେ । ତେଣୁ ମଧ୍ୟାହ୍ନ ୨.୪୫ ଯାଏ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଆର୍ୟନଙ୍କ ଓକିଲ ଅମିତ ଦେଶାଇ ଓ ସୀତଶ ମାନସିନ୍ଦେ କହିଛନ୍ତି, ଆମେ ଏନସିବିର ଜବାବ ପାଇଛୁ । କିନ୍ତୁ ଶୁଣାଣି ବେଳେ କୋର୍ଟ ରୁମରେ ଏନସିବିର କେହି ଉପସ୍ଥିତ ନଥିବାରୁ ଏହାକୁ ମଧ୍ୟାହ୍ନ ୨.୪୫ ଯାଏ ଘୁଞ୍ଚାଇ ଦିଆଯାଇଛି ।

Show More

Related Articles

Back to top button