Breaking PLUSଓଡ଼ିଶାମୁଖ୍ୟ ଖବର

ରେଡ୍ ଜୋନରେ ‘ଖୋର୍ଦ୍ଧା’

ପୁଣି ଥରେ ରେଡ୍ ଜୋନକୁ ଫେରିଲା ଖୋର୍ଦ୍ଧା ଜିଲ୍ଲା । ଆଜି ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଜିଲ୍ଲାର ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ୨ହଜାର ୫୩୫କୁ ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ କେବଳ ରାଜଧାନୀରେ ୩ ହଜାର ୬୩୬ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ତେବେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଏବେ ଗ୍ରୀନ୍ ଜୋନରେ ରହିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଓ ଟିକା ଆସିଲେ ୨ରୁ ୧୮ବର୍ଷ ପିଲାଙ୍କୁ ଟିକା ଦିଆଯିବା କାମ ଆରମ୍ଭ ହେବ । ଆମେ ଶିଶୁଙ୍କୁ ଡିପିଟି ଓ ପୋଲିଓ ସବୁବେଳେ ଦେଉଛୁ । ତେଣୁ ଆମ ପାଖରେ ଟିକା ଦେବାକୁ ଲୋକଙ୍କ ଅଭାବ ନାହିଁ । ଭିତ୍ତିଭୂମିରେ ମଧ୍ୟ କୌଣସି ଆସୁବିଧା ନାହିଁ । ତେଣୁ ଟିକା ଆସିଲେ ସଙ୍ଗେ ସଙ୍ଗେ ଟିକାକରଣ ଆରମ୍ଭ ହେବ । କେନ୍ଦ୍ର ସରକର ଏନେଇ କୌଣସି ଗାଇଡଲାଇନ ଜାରି କରିନାହାନ୍ତି । ଗାଇଡଲାଇନ ଆସିବା ପରେ ଆମେ ସେହି ଅନୁସାରେ କାମ କରିବୁ ।

ଏହା ସହ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ନେଇ ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ବଢିବାଟା ନିଶ୍ଚିତ ଭାବେ ଉଦବେଗଜନକ । ଭୁବନେଶ୍ୱରରେ ଲୋକେ କଟକଣା ନ ମାନି ଭିଡ଼ ଜମାଇବା ଯୋଗୁ ସଂକ୍ରମଣ ବଢୁଛି । ଆଗକୁ ଅଧିକ ସଂକ୍ରମଣ ହେଲେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ । ଲୋକେ ସତର୍କ ରହିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ମାନିବା ଜରୁରୀ ।

Show More

Related Articles

Back to top button