Breaking PLUSବଲିଉଡ

ସାମ୍ନାକୁ ଆସିଲା ଫିଲ୍ମ ‘ଅନ୍ତିମ’ର ରିଲିଜ ଡେଟ୍

ଭାଇଜାନ୍ ସଲମାନ୍ ଖାନଙ୍କ ଫିଲ୍ମ ଦେଖିବାକୁ ସବୁବେଳେ ଅପେକ୍ଷାରେ ରହିଥାଆନ୍ତି ଦର୍ଶକ । ବର୍ଷରେ ସେ ବାଛି ବାଛି ଫିଲ୍ମ କରନ୍ତି ଏବଂ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି । ତେବେ ତାଙ୍କର ଫିଲ୍ମ ରାଧେ ରିଲିଜ୍ ହେବାପରେ, ଏବେ ତାଙ୍କ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ ର ରିଲିଜ୍ ଡେଟ ସାମ୍ନାକୁ ଆସିଛି । ସଲମାନ ଖାନ ନିଜେ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ସଲମାନ ଖାନଙ୍କ ନିକଟରେ ହୋଇଥିବା ଏକ ଟୁଇଟରେ ଜଣାପଡିଛି ଯେ ଫିଲ୍ମ ‘ଅନ୍ତିମ’ ୨୬ ନଭେମ୍ବର ୨୦୨୧ ରେ ମୁକ୍ତିଲାଭ କରିବ । ସଲମାନ ଖାନ ଫିଲ୍ମ ରିଲିଜ୍ ଡେଟ ସହିତ ଫିଲ୍ମ ସହ ଜଡିତ ଏକ ଛୋଟ ଭିଡିଓ ଅପଲୋଡ୍ କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି ।

Show More

Related Articles

Back to top button