ବାଣିଜ୍ୟ

ଆସୁଛି ଏକ୍ସୟୁଭି୭୦୦ : ରହିଛି ଦମଦାର୍ ଫିଚର୍ ଓ ବିଶ୍ୱସ୍ତରୀୟ ଟେକ୍ନୋଲୋଜି

ଦେଶର ପ୍ରମୁଖ କାର୍ ନିର୍ମାତା ମହିନ୍ଦ୍ରା ଘରୋଇ ବଜାରରେ ନିଜର ନୂଆ ଏସୟୁଭି ଏକ୍ସୟୁଭି୭୦୦କୁ ଲ଼ଞ୍ଚ୍ କରିବାକୁ ଯାଉଛି । କମ୍ପାନୀ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି । କମ୍ପାନୀର କହିବାନୁସାରେ ଏହି ନୂଆ ଏସୟୁଭି ଫିଚର୍ସ ଓ ଟେକନିକ୍ ମାମଲାରେ ଏକ ବେଞ୍ଚମାର୍କ ହେବ

ବିଶେଷଜ୍ଞଙ୍କ କହିବାନୁସାରେ, ନୂଆ ଏସୟୁଭି କମ୍ପାନୀର ଭାଇକିଲ୍ ପୋର୍ଟପୋଲିଓରେ ଥିବା ଏକ୍ସୟୁଭି୫୦୦ ଓ ଅଲ୍ଟରସ୍ ଜି୪ ମଧ୍ୟରେ ହେବ । ମହିନ୍ଦ୍ରାର କହିବାନୁସାରେ, ନୂଆ ଏସୟୁଭିରେ ବିଶ୍ୱସ୍ତରୀୟ ଫିଚର୍ସ ରହିବ । ଏହା ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନରେ ଉପଲବ୍ଧ ହେବ । ଏହାସହ ଉଭୟ ମାନୁଆଲ ଏବଂ ଅଟୋମେଟେଡ୍ ଗିଅର ବକ୍ସ ରହିବ ଯାହା ପ୍ରାୟ ସମସ୍ତ ଏସୟୁଭିରେ ଆସିଥାଏ । ଏଥିରେ ଏଡବ୍ଲ୍ୟୁଡି ସିଷ୍ଟମ ମଧ୍ୟ ପ୍ରଦାନ କରାଯାଇଛି ।ଏକ୍ସୟୁଭି୭୦୦ ବର୍ତ୍ତମାନର ଏକ୍ସୟୁଭି୫୦୦ଠୁ ସାମାନ୍ୟ ଚଉଡା ହେବ । ଏହାସହ ଲମ୍ବା ମଧ୍ୟ ହେବ । ଏହାର ଭିତରରେ ଅଧିକ କ୍ୟାବିନ୍ ସ୍ପେସ୍ ରହିବ ।

ଆଡଭାନ୍ସଡ୍ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ, ପେନାରୋମିକ୍ ସନରୁଫ୍ ଓ ବଡ ଟଚସ୍କ୍ରିନ୍ ଇନଫୋମେଣ୍ଟ୍ ସିଷ୍ଟମ ପ୍ରଦାନ କରାଯାଇଛି ।ଏବେ କମ୍ପାନୀ ପକ୍ଷରୁ କାରର ଇଞ୍ଜିନ୍ ତଥା ଅନ୍ୟ ବୈଶିଷ୍ଟ୍ୟ ବାବଦରେ କିଛି ତଥ୍ୟ ପ୍ରଦାନ କରାଯାଇ ନାହିଁ । କିନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ, କମ୍ପାନୀ ଏଥିରେ ୨.୨ ଲିଟର କ୍ଷମତା ଥିବା ଡିଜେଲ୍ ଓ ୨.୦ ଲିଟର୍ ପେଟ୍ରୋଲ ଇଞ୍ଜିନର ବ୍ୟବହାର କରଥାଇପାରେ । ଏଥିରେ ୬ ସ୍ପିଡ୍ ମାନୁଆଲ ଓ ଟର୍କ କନଭର୍ଟର ଅଟୋମେଟିକ୍ ଟ୍ରାନ୍ସମିଷନ ଗିଅରବକ୍ସ ରହିଛି।ଏବେ କମ୍ପାନୀ କେବଳ ଏସୟୁଭିକୁ ଲଞ୍ଚ୍ କରିବା ନେଇ ଘୋଷଣା କରିଛି । କିନ୍ତୁ କେବେ ଲଞ୍ଚ୍ ହେବ ସେନେଇ ତଥ୍ୟ ଦେଇନାହିଁ । ମିଡିଆ ରିପୋର୍ଟସ୍ ଅନୁସାରେ, ଯଦି ସବୁକିଛି ଠିକ୍ ରୁହେ ତେବେ ଚଳିତ ବର୍ଷ ଅକ୍ଟୋବରରେ ଏହାକୁ ଲଞ୍ଚ୍ କରାଯାଇପାରେ । କମ୍ପାନୀ ଏହି ପ୍ରକଳ୍ପ ଉପରେ ଜୋରଦାର କାମ କରୁଛି ।

Show More

Related Articles

Back to top button