ଓଡ଼ିଶାଶିକ୍ଷା

ଆସନ୍ତା ୮ରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳ ଫଳ

ଆସନ୍ତା ୮ରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳ ଫଳ । ଗତ କିଛିଦିନ ହେବ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ସୋମବାର ପ୍ରକାଶ ପାଇବାକୁ ଯାଉଛି କଳା ଓ ଧନ୍ଦାମୂଳ ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ନୁଯାୟୀ, ସୋମବାର ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ।

ଛାତ୍ରଛାତ୍ରୀମାନେ www.orissaresults.nic.in ୱେବସାଇଟରେ ନିଜ ରେଜଲ୍ଟ ପାଇପାରିବେ ।

ତେବେ ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଗତ ୨୭ ତାରିଖ ଦିନ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଥିଲା । ଗଣଶିକ୍ଷା ମନ୍ତ୍ରୀ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟର ଆନୁଷ୍ଠାନିକ ରେଜଲ୍ଟ ଘୋଷଣା କରିଥିଲେ ।

ଅନ୍ୟପଟେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବାର ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ ବୋଲି ଆଗରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Show More

Related Articles

Back to top button