Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ଲଗୁଚାପ ବର୍ଷା ଆଣିଦେଲା ଚାଷୀଙ୍କ ମୁହଁରେ ହସ

ଧାନବୁଣାଠୁ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲେ। ହେଲେ ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବାରୁ ଧାନ ତଳି ପୋଡିଯିବା ଆଶଙ୍କା ଦେଖା ଦେଇଥିଲା। ହେଲେ ଶନିବାର ସକାଳେ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇଛି। ବର୍ଷାକୁ ଦେଖି ଚାଷୀଙ୍କ ମୁଁହରେ ହସ ଫୁଟିଛି। ଜମିରେ ପାଣି ହେଲେ ଚାଷୀ ଧାନରୁଆ କାର୍ଯ୍ୟ ଆରମ୍ଭ କରିବ ବୋଲି ଆଶା ବାନ୍ଧି ବସିଛନ୍ତି। ସୁଚନାଯୋଗ୍ୟ, ଗଞ୍ଜାମ ବ୍ଲକରେ ପ୍ରାୟ ୧୨ ହଜାର ୮୪୧ ହେକ୍ଟର ଜମିରେ ଖରିଫ ଚାଷ ହେଉଛି l ଅନ୍ୟପକ୍ଷେ କିଛି ସ୍ଥାନରେ ଅଭାବୀ ବର୍ଷା ଯୋଗୁ ଧାନତଳି ପୋଡ଼ି ଯାଇଥିବା ଅଭିଯୋଗ ମଧ୍ୟ ହୋଇଛି ।

Show More

Related Articles

Back to top button