ଅପରାଧଆଇନ କାନୁନଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ରାଜଧାନୀରେ ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ। ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । କଳିଙ୍ଗ ବିହାର କେ-୯ରେ ରହୁଥିବା ସୁଶ୍ରୀ ସଙ୍ଗୀତା ବସ୍ତିଆଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ଭୁବନେଶ୍ୱର ପାତ୍ରପଡ଼ାରେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ନଣନ୍ଦଙ୍କ ସହ ରହୁଥିଲେ ସୁଶ୍ରୀ। ସୂଚନା ଅନୁସାରେ, ଦେଢ ବର୍ଷ ତଳେ କଟକର ପ୍ରବୀଣ କୁମାରଙ୍କୁ ବିବାହ କରିଥିଲେ ନିଆଳି ଅଂଚଳର ସୁଶ୍ରୀ ସଙ୍ଗୀତା । ଦୁହେଁ ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ଶୁଶ୍ରୀ ସଙ୍ଗୀତା ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବାବେଳେ ପ୍ରବୀଣ ଏକ ପାଣି ଫ୍ୟାକ୍ଟ୍ରି କରିଥିଲେ । ଗତକାଲି ଦୀପାବଳୀ ଥିବା ବେଳେ ରାତିରେ ସୁଶ୍ରୀ ରୁମ୍‌ କବାଟ ଭିତରୁ ବନ୍ଦ କରି ରସି ଲଗାଇ ଆତ୍ମହତ୍ୟା କରିଥିବା ସୁଶ୍ରୀଙ୍କ ଶାଶୁ କହିଛନ୍ତି। କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

Show More

Related Articles

Back to top button