ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଗାଧୋଇବା ସମୟରେ ଋଷିକୂଲ୍ୟା ନଦୀରେ ଭାସିଗଲେ ୨ ନାବାଳକ ଭାଇ

ଗଞ୍ଜାମ: ଗଞ୍ଜାମ ପୁରୁଷୋତ୍ତମପୁର ଷୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ଘଟିଛି ଏକ ଅଘଟଣ। ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ଦୁଇ ନାବାଳକ ଭାଇ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିବା ବେଳେ ନିଖୋଜ ୨ ପିଲାଙ୍କୁ ଖୋଜା ଖୋଜି ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଦୁଇ ନାବାଳକ ଭାଇ ଋଷିକୁଲ୍ୟା ନଦୀରେ ଗାଧୋଇବା ପାଇଁ ଆସିଥିଲେ । ତେବେ ଗାଧୋଇବା ବେଳେ ନଦୀ ସୁଅରେ ଭାସିଯାଇଥିବା ସୂଚନାମିଳିବା ପରେ ଗ୍ରାମବାସୀ ଅଗ୍ନିଶମ ଟିମ୍‌କୁ ଖବର ଦେଇଥିଲେ। ସାନ ଭାଇ କାହ୍ନୁଚରଣ ମହାନ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଡ ଭାଇ ସୁମିତ ଏବେବି ନିଖୋଜ ଅଛନ୍ତି । ସୁମିତଙ୍କୁ ଖୋଜିବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗର ଟିମ୍ ।

Show More

Related Articles

Back to top button