ଅପରାଧଆଇନ କାନୁନଓଡ଼ିଶା

ପାରିବାରିକ କଳହର କରୁଣ ପରିଣତି,ପୁଅ ଛୁରାମାଡ଼ରେ ଚାଲିଗଲା ବାପାର ଜୀବନ

ହଜିଗଲା ମାନବିକତା । ପୁଅ ଛୁରାମାଡ଼ରେ ଚାଲିଗଲା ବାପାର ଜୀବନ । ଏଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ପଢ଼ାଳ ଗାଁରେ । ଘଟଣାସ୍ଥଳରୁ ଫେରାର ହେଲା ଅଭିଯୁକ୍ତ ପୁଅ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣକୁ ନେଇ ପଢ଼ାଳ ଗାଁର ଦେବରାଜ ନାହାକଙ୍କୁ ତାଙ୍କ ଜନ୍ମିତ ପୁଅ ଅରୁଣ ନାହାକ ଛୁରୀ ସାହାର୍ଯ୍ୟରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ  ଦେବରାଜଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି । ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି ।

 

Show More

Related Articles

Back to top button