Breaking PLUSଦେଶ ବିଦେଶମୁଖ୍ୟ ଖବର
ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
କହିଲେ ଅନ୍ନଦାତାମାନଙ୍କୁ ଉତ୍ସର୍ଗୀକୃତ ବର୍ଷର ପ୍ରଥମ ଦିନ

ନୂତନ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଦେଶବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ୱୋଧନ କରି ବଡ଼ କଥା କହିଛନ୍ତି । ସେ କହିଛନ୍ତି ବର୍ଷର ପ୍ରଥମ ଦିନ ଅନ୍ନଦାତାମାନଙ୍କ ପାଇଁ ଉତ୍ସର୍ଗ କରାଯିବ। ପିଏମ ମୋଦି ଆଜି କିସାନ ସମାନ ନିଧି ଯୋଜନାର ଦଶମ କିସ୍ତି ପ୍ରଦାନ କରିବେ।
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ନୂତନ ବର୍ଷ ୨୦୨୨ର ପ୍ରଥମ ଦିନ ଦେଶର ଖାଦ୍ୟ ଦାତାଙ୍କୁ ଉତ୍ସର୍ଗ କରାଯିବ । ମଧ୍ୟାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ PM-Kisanର ଦଶମ କିସ୍ତି ପ୍ରଦାନ କରିବେ । ଏହା ଅଧୀନରେ ୧୦ କୋଟିରୁ ଅଧିକ କୃଷକ ପରିବାର ଉପକୃତ ହେବେ।