ଦେଶ ବିଦେଶମୁଖ୍ୟ ଖବର

‘ଟିକା ନ ନେଲେ ଘରୁ ବାହାରି ପାରିବ ନାହିଁ’ : ସରକାର ଜାରି କରିବେ ନୂଆ କଟକଣା

ରାଜସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଆକ୍ସନ ମୋଡ୍‌କୁ ଚାଲି ଆସିଛନ୍ତି ।

ଉଭୟ ଡୋଜ୍‌ ଟିକା ନେଇ ନଥିବା ବ୍ୟକ୍ତି ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୧ରୁ ନୂଆ ନିୟମ କାର୍ଯ୍ୟକାରୀ ହେବ । ଶୁକ୍ରବାର ଗେହଲଟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗେହଲଟ କହିଥିଲେ ଯେ, ଡେଲ୍‌ଟା ସଂକ୍ରମଣ ସମୟରେ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଡେଲ୍‌ଟା ଭାରିଆଣ୍ଟରେ କରୋନା ଭାଇରସ ଏହାର ରୂପ ବଦଳାଇ ଦେଇଥିଲା ।

ଏବେ ଓମିକ୍ରନ ଭାରିଆଣ୍ଟ ଏହାର ରୂପ ନ ବଦଳାଇବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ଆମେରିକାରେ ପ୍ରତ୍ୟେକ ଦିନ ୫ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଣୁ ଏହାକୁ ହାଲୁକା ଭାବରେ ନ ନେଇ ଏବେଠାରୁ ସଚେତନ ହେବା ଆବଶ୍ୟକ ବୋଲି ଗେହଲଟ କହିଛନ୍ତି ।

Show More

Related Articles

Back to top button