Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ନବବର୍ଷ ୨୦୨୨

ସବୁଠି ଇଂରାଜୀ ନବ ବରଷକୁ ସ୍ୱାଗତ, ଓମିକ୍ରନ ଭୟରେ ବନ୍ଦ ରହିଲା ସେଲିବ୍ରେସନ

ନୂତନ ସୂର୍ଯ୍ୟୋଦୟ ସହ ଆରମ୍ଭ ହେଲା ବର୍ଷ ୨୦୨୨ । ନୂଆ ଆଶା, ନୂଆ ଉଦ୍ଦୀପନା ସମସ୍ତଙ୍କ ମନରେ । ପୂରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଏଥର ନୂଆବର୍ଷ ସେଲିବ୍ରେସନ ଫିକା ପଡିଛି । ପିଲାଠୁ ବୟସ୍କ ସମସ୍ତେ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି । ହେଲେ କେଉଁଠି ସେଲିବ୍ରେସନ ହୋଇନି । ମାତ୍ର ସାରା ବିଶ୍ବରେ ଏବେ ଆନନ୍ଦ ବଦଳରେ ସଙ୍କଟର କଳାବାଦଲ । ନା ଅଛି ସେଲିବ୍ରେସନ, ନା ଅଛି ଉତ୍ସାହ । ୨୦୨୦ ମାର୍ଚ୍ଚରୁ ଆରମ୍ଭ ହୋଇଥିବା କୋଭିଡ ବିପତ୍ତିର ଅବସାନ ନେଇ ସାରା ବିଶ୍ବବାସୀ ଆଶା କରୁଥିବା ବେଳେ, ଏବେ ସେସବୁକୁ ଛାରଖାର କରିଦେଇଛି ଓମିକ୍ରନ । ତଥାପି ଏହାରି ଭିତରେ ଲୋକ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି । ସମସ୍ତେ ଭାବି ନେଇଥିଲେ ଯେ ୨୦୨୧ ସରିଲେ କରୋନା ବି ଚାଲିଯିବ।

୨୦୨୨ର ନୂଆ ସକାଳ କରୋନାମୁକ୍ତ ହୋଇ ଆସିବ। ୨୦୨୧କୁ ବିଦାୟ ଦେବାକୁ ଓ ନୂଆବର୍ଷକୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ବର୍ଷ ଶେଷ ଆଡକୁ ମାଡ଼ି ବସିଲା କରୋନାର ଓମିକ୍ରନ ଭୂତାଣୁ ଭୟ । ଏହାକୁ ନଜରରେ ରଖି ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ବନ୍ଦ କରି ଦେଲେ ସରକାର । ମନ୍ଦିର, ପାର୍କ ବନ୍ଦ । ସାଙ୍ଗସାଥୀ ଓ ପରିବାର ଗହଣରେ ଭୋଜିଭାତରେ ନୂତନ ବର୍ଷକୁ ସ୍ୱାଗତ କରିବା ବି ସମ୍ଭବ ହେଲାନି । ନୂଆବର୍ଷର ସବୁ ପ୍ଲାନ ପ୍ରୋଗ୍ରାମ ଧୂଳିସାତ ହୋଇଗଲା କରୋନାର ନୂଆ ରୂପ ଓମିକ୍ରନ ଭୟରେ । ତେବେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ରାଜ୍ୟର ଅନେତ ସ୍ଥାନରେ ଆତସବାଜି ଫୁଟୁଥିବା ଦେଖିବାକୁ ମିଳିଥିଲା ।

Show More

Related Articles

Back to top button