ଅପରାଧଆଇନ କାନୁନଓଡ଼ିଶାମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ ମାମଲାରେ ନୂଆ ମୋଡ

କଟକ : ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଅଭିନେତା ବାବୁଶାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥିଙ୍କ ବିରୋଧରେ ଦାୟର ଏତଲା ନେଲା ନୂଆ ମୋଡ଼। ଏତଲା ଉପରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ଉକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତା ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଅଭିନେତା ବାବୁଶାନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ପ୍ରକୃତି ମିଶ୍ରଙ୍କ ଉପରେ ଆକ୍ରମଣ କରିଥିବା ନେଇ ପ୍ରକୃତି ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ। ତେବେ ପୁଲିସ ଏତଲା ଆଧାରରେ ଆବଶ୍ୟକୀୟ ଦଫା ଲଗାଇ ନ ଥିବା ଓ ତଦନ୍ତରେ ନିଷ୍କ୍ରିୟତା ଦେଖାଇଥିବା ପ୍ରକୃତି ଅଭିଯୋଗ କରି ହାଇକୋର୍ଟ ଯାଇଥିଲେ। କୋର୍ଟ ପ୍ରକୃତିଙ୍କ ଆବେଦନକୁ ଗ୍ରହଣ କରିବା ସହ ପୁଲିସ ଠାରୁ ତଥ୍ୟ ସଂଗ୍ରହ କରିବା ନିମନ୍ତେ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନାମିଳିଛି।

 

Show More

Related Articles

Back to top button