ବାଣିଜ୍ୟ

ବଜାରକୁ ଆସିଲା ଉଷା ବ୍ରାଣ୍ଡର ନୂଆ ଫ୍ୟାନ

ରହିଛି ଆକର୍ଷଣୀୟ ଫିଚର୍ସ

ଭାରତର ଅଗ୍ରଣୀ କଞ୍ଜ୍ୟୁମର୍ ଡ୍ୟୁରାବୁଲ୍ ବ୍ରାଣ୍ଡ୍ ତଥା ଫ୍ୟାନ୍ ବର୍ଗରେ ଅଗ୍ରଣୀ କମ୍ପାନୀ ଉଷା ଇଣ୍ଟରନ୍ୟାସନାଲ୍ ପକ୍ଷରୁ ସିଲିଂ ଫ୍ୟାନ୍ ବର୍ଗରେ ଏକାଧିକ ଉତ୍ପାଦ ବଜାର ପ୍ରବେଶ କରିଛି । ନୂତନ ସିଲିଂ ଫ୍ୟାନ୍ ବର୍ଗରେ ସୁଇଫ୍ଟ୍ ଆଲ୍‌ଫା, ବ୍ଲୁମ୍ ବେଲ ଫ୍ଲାୱାର, ଏରୋଷ୍ଟ୍ରଙ୍ଗ୍ ଏବଂ ହେଲେୟସ୍ ଫ୍ୟାନ୍ ସିରିଜ୍ ରହିଛି । ଏଗୁଡ଼ିକ ଦେଖିବାକୁ ବେଶ୍ ଆକର୍ଷଣୀୟ । ସୁଇଫ୍ଟ ଆଲ୍‌ଫା ଏବଂ ସୁଇଫ୍ଟ୍ ଆଲ୍‌ଫା କ୍ରୋମ୍ ଫ୍ୟାନ୍‌କୁ ଉଷାର ସୁଇଫ୍ଟ୍ ଫ୍ୟାନ୍ ସିରିଜ୍‌ରେ ସାମିଲ କରାଯାଇଛି ।ଉଷା ସୁଇଫ୍ଟ ଭାରତରେ ୧ ନମ୍ବର ସିଲିଂ ଫ୍ୟାନ୍ । ଏହି ସିରିଜର ଅପ୍ ଗ୍ରେଡ୍ କରି କମ୍ପାନୀ ପକ୍ଷରୁ ଏହି ଦୁଇ ଫ୍ୟାନ୍‌ର ବଜାର ପ୍ରବେଶ କରାଯାଇଛି । ସୁଇଫ୍ଟ ଆଲ୍‌ଫା ଏବଂ ସୁଇଫ୍ଟ୍ ଆଲ୍‌ଫା କ୍ରୋମ ମିନିଟ୍ ପିଛା ୨୧୦ କ୍ୟୁବିକ୍ ମିଟର ଏୟାର ଡେଲିଭରୀ କରିବାକୁ ସକ୍ଷମ ଏବଂ ଲୋ-ଭୋଲଟେଜ୍ ଯୁକ୍ତ । ଏହି ଫ୍ୟାନ୍ ଦ୍ୱୟର ସ୍ପିଡ୍ ୩୫୦ ଆର୍‌ପିଏମ୍ ରହିଛି ଏବଂ ଏହା ଦୀର୍ଘସ୍ଥାୟୀ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୁଇଫ୍ଟ ଆଲ୍‌ଫା ଏବଂ ସୁଇଫ୍ଟ୍ ଆଲ୍‌ଫା କ୍ରୋମ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହି ଫ୍ୟାନ୍ ମେଟ୍ ବ୍ରାଉନ୍‌, ସ୍ମୋକ୍ ଗ୍ରେ, ସ୍ମୋକ୍ ବ୍ରାଉନ୍‌, ରିଚ୍ ହ୍ୱାଇଟ୍ ଏବଂ ରିଚ୍ ଆଇଭରୀ ଆଦି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ବ୍ଲୁମ୍ ବେଲ୍‌ଫ୍ଲାୱାର ଊଷାର ବ୍ଲୁମ୍ ସିରିଜ୍‌ର ନୂଆ ବ୍ରାଣ୍ଡ ଭାବେ ବଜାର ପ୍ରବେଶ କରିଛି । ଏହା ସ୍ପାର୍କଲ ବ୍ଲାକ୍ ଏବଂ ମାରୁନ୍‌, ସ୍ପାର୍କଲ ବ୍ରାଉନ୍ ଏବଂ ଗୋଲ୍ଡ ତଥା ସ୍ପାର୍କଲ ହ୍ୱାଇଟ୍ ଏବଂ ସିଲଭର ଆଦି ୩ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ଏହାର ସୁଇପ୍ କ୍ଷମତା ୧୩୦୦ମିମି ଏବଂ ସ୍ପିଡ୍ ୩୦୦ ଆର୍‌ପିଏମ୍ ରହିଛି । ଏଥିରେ ଲାଗିଥିବା ସ୍ୱତନ୍ତ୍ର ବ୍ଲେଡ୍ ଶ୍ରେଷ୍ଠତମ ଏୟାର ଡେଲିଭରୀ କରିପାରେ ଏବଂ ଏଥିରେ ସେଲ୍ଫ୍ ଆଂଟି-ଜର୍ମ ନାନୋ ଟେକ୍ଟୋଲୋଜି ରହିଛି । ମିନିଟ୍ ପିଛା ଏହା ୨୫୦ କ୍ୟୁବିକ୍ ମିଟର ଏୟାର ଡେଲିଭରୀ କରିଥାଏ । ଡଷ୍ଟ୍‌, ଅଏଲ୍‌, ୱାଟର, ସ୍କ୍ରାଚ୍ ଏବଂ ଷ୍ଟେନ୍ ରିଜିଷ୍ଟାନ୍ସ ଜ୍ଞାନକୌଶଳ ଯୁକ୍ତ ଏହି ଫ୍ୟାନରେ ୧୬ ପୋଲ୍ ହାଇ ଟର୍କ ରହିଛି । ଏଥିରେ ୧୦୦ ପ୍ରତିଶତ କପର ମୋଟର ରହିଛି ।

Show More

Related Articles

Back to top button