ବାଣିଜ୍ୟ

ଅମାଜୋନ୍ ର ଆପତ୍ତି ସତ୍ୱେ ରିଲାଏନ୍ସ-ଫ୍ୟୁଚର୍‌ ରିଟେଲ ଚୁକ୍ତିକୁ ଅନୁମତି ଦେଲା ସିସିଆଇ

କମ୍ପିଟିସନ୍‌ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଫ୍ୟୁଚର୍‌ ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଳଜିଷ୍ଟିକ୍‌ କାରବାରକୁ ଅଧିଗ୍ରହଣ କରିବା ପାଇଁ ଚୁକ୍ତି କରିଥିଲା

ଏନେଇ ସିସିଆଇ ଶୁକ୍ରବାର ଟ୍ବିଟ୍‌ କରି ଲେଖିଛି, ‘ଫ୍ୟୁଚର ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଲଜିଷ୍ଟିକ୍‌ସ କାରବାରର ରିଲାଏନ୍ସ ରିଟେଲ ବେଞ୍ଚର୍ସ ଲିମିଟେଡ୍‌ ଓ ରିଲାଏନ୍ସ ରିଟେଲ୍‌ ଆଣ୍ଡ ଫ୍ୟାସନ୍‌ ଲାଇଫ୍‌ଷ୍ଟାଇଲ୍‌ ଲିମିଟଡେ୍‌ ଦ୍ବାରା ଅଧିଗ୍ରହଣ କରିବାର ଚୁକ୍ତିକୁ ମଞ୍ଜୁରି ଦିଆଯାଇଛି।’ଏକ ନିଶ୍ଚିତ ଧନରାଶିର ଚୁକ୍ତି ପାଇଁ ସିସିଆଇର ଅନୁମତି ଆବଶ୍ୟକ।

ସେପଟେ ଆମେରିକୀୟ ଇ-ବାଣିଜ୍ୟ କମ୍ପାନୀ ଫ୍ୟୁଚର-ରିଲାଏନ୍ସ ଚୁକ୍ତି ବିରୋଧରେ ଆପତ୍ତି କରିବା ସହ ଆଇନଗତ ପଦକ୍ଷେପ ନେଇଛି। ଏହି ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ବିଚାରଧୀନ ରହିଛି।ଆମାଜନ୍‌ ଚୁକ୍ତିରେ ଫ୍ୟୁଚର ଗ୍ରୁପ୍‌‌ ହସ୍ତକ୍ଷେପ କରୁଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଏ ସମ୍ବନ୍ଧରେ ଲିଖିତ ପ୍ରତିକ୍ରିୟା ଦେବାକୁ ପ୍ରତିପକ୍ଷଙ୍କୁ ୨୩ ନଭେମ୍ବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ହାଇକୋର୍ଟ।

Show More

Related Articles

Back to top button