ଦେଶସ୍ୱତନ୍ତ୍ର

ବେଙ୍ଗାଲୁରୁରେ ଲାଗୁ ହେଲା ନୂଆ ନିୟମ,ଏଣିକି ସକାଳ ସାଢେ ୮ଟା ପରେ ସଡକରେ ଗଡିବନି ସ୍କୁଲ ବସ୍‌

ବେଙ୍ଗାଲୁରୁରେ ଲାଗୁ ହେଲା ନୂଆ ନିୟମ । ଏଣିକି ସକାଳ ସାଢେ ୮ଟା ପରେ ସଡକରେ ଗଡିବନି ସ୍କୁଲ ବସ୍‌ । ଯାତ୍ରା ସମୟକୁ କମ କରିବା ତଥା ବେଙ୍ଗାଲୁରୁରେ ଯାତାୟାତ ସୁଲଭ କରିବା ପାଇଁ ନବ ନିଯୁକ୍ତ ଟ୍ରାଫିକ କମିଶନର ଏମ.ଏ.ସଲିମ ଏହି ପଦକ୍ଷେପ ନେଇ ନେଇଛନ୍ତି ।

ସେହିପରି ଏହି ନିୟମରେ ଅଫିସ ଓ ସ୍କୁଲ ସମୟକୁ ଅଲଗା ଅଲଗା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ଜରିମନା ଦେବାକୁ ପଡିବ ।ଏଥିରେ ସକାଳ ୮ଟା ୧୫ ପରେ ସ୍କୁଲ ବସ୍‌ ଛାତ୍ରଛାତ୍ରୀଙ୍କୁ ଛାଡି ପରିସରରେ ପାର୍କିଂ କରିବେ ବୋଲି କୁହାଯାଇଛି। ଟ୍ରାଫିକ କମିଶନର ଏମ.ଏ.ସଲିମ ‘ଡେଡିକେଟେଡ କ୍ୟାରେଜ୍ ୱେ’କୁ ରାଜଧାନୀରେ ପ୍ରଭାବୀ ଢଙ୍ଗରେ ଲାଗୁ କରାଯିବ ବୋଲି କହିଛନ୍ତି। ଏଥିଲାଗି ଟ୍ରାଫିକ କମିଶନର ସ୍କୁଲ ପ୍ରବନ୍ଧନମାନଙ୍କୁ କ୍ଲାସ୍ ଶୀଘ୍ର ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେଇଥିବାର କହିଛନ୍ତି।

ସେହିପରି ପିଲାଙ୍କୁ ସ୍କୁଲ ନେବା ଆଣିବା ଲାଗି ଅଭିଭାବକଙ୍କୁ ଏକ ପ୍ରବେଶ ଓ ଏକ ପ୍ରସ୍ଥାନ ବିନ୍ଦୁ ଦିଆଯିବ। ତେବେ ପିକ୍ ଆୱାରରେ ଟ୍ରାଫିକରୁ ସ୍କୁଲ ଗାଡିକୁ କାଢିବାକୁ ନିଷ୍ପତ୍ତି ହୋଇଥିବା ଟ୍ରାଫିକ କର୍ମଚାରୀ କହିଛନ୍ତି। ଏଥିରେ ସ୍କୁଲ ବସ୍‌ମାନଙ୍କୁ ୮ଟା ୧୫ ମିନିଟ୍ ସୁଦ୍ଧାଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପହଞ୍ଚାଇବାକୁ ପଡିବ।

Show More

Related Articles

Back to top button