Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୯୭ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୪୯୭ ଜଣ କରୋନା ଆକ୍ରାନ୍ତ । ଏହା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୨୪୩ ଜଣ । ଏହା ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୭୭୪ରେ ପହଂଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ବଲପୁରରୁ ୧୬, ବାଲେଶ୍ୱରରୁ ୧୩, ମୟୂରଭଂଜରୁ ୧୨, ଯାଜପୁର, ସୁନ୍ଦରଗଡ଼ରୁ ୧୧-୧୧ ଜଣ, ଭଦ୍ରକ, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୮ ଜଣ ଲେଖାଏଁ କରୋନରୁ ସୁସ୍ଥ ହୋଇଛନ୍ତି ।

ସେହିପରି ନବରଂଗପୁର, ନୟାଗଡ଼ରୁ ୪-୪, ଅନୁଗୁଳ, ଗଂଜାମରୁ ୨ ଜଣ ଲେଖାଏଁ, ବରଗଡ଼, କୋରାପୁଟରୁ ୨-୨, ଦେବଗଡ଼, କଳାହାଣ୍ଡି, କେନ୍ଦୁଝର, ମୟୂରଭଂଜରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୫୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button