Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ନେପାଳରେ ବିରୋଧୀ ଦଳ ନେତା ସୁଭାଷ ନେମ୍ବାଙ୍ଗଙ୍କ ଦେହାନ୍ତ

କାଠମାଣ୍ଡୁ: ନେପାଳରେ ସମ୍ବିଧାନ ସଭାର ଅଧ୍ୟକ୍ଷ ତଥା ପ୍ରମୁଖ ବିପକ୍ଷୀ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିର ଏକିକୃତ ମାର୍କସବାଦୀ (ଏମାଲେ) ସଂସଦୀୟ ଦଳର ଉପନେତା ସୁଭାଷ ନେମ୍ବାଙ୍ଗଙ୍କ ସୋମବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ରାତି ପ୍ରାୟ ଗୋଟାଏ ସମୟରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହିତ ସମସ୍ତ ଦଳର ନେତୃବୃନ୍ଦ ହସ୍ପିଟାଲରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଛନ୍ତି ।

ପରିବାର ଲୋକଙ୍କ ସୂଚନା ମୁତାବକ ନେମ୍ବାଙ୍ଗ ନିଜ ରୁମର ବାଥରୁମରେ ବେହୋସ ହୋଇ ପଡିଯାଇଥିଲେ । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ନେମ୍ବାଙ୍ଗର ବ୍ୟକ୍ତିଗତ ସଚିବ କୃଷ୍ଣ ପ୍ରସାଦ କାଫ୍ଲେ ସୂଚନା ଦେଇଛନ୍ତି ।

ଭୋର 4ଟା ବେଳେ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦାହାଲ ପ୍ରଚଣ୍ଡ, ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେରବାହାଦୁର ଦେଓୱା, ନେକପା ଏମାଲେର ଅଧ୍ୟକ୍ଷ କେପି ଶର୍ମା ଓଲିଙ୍କ ସହିତ ଅନ୍ୟ ପ୍ରମୁଖ ଦଳର ଶୀର୍ଷ ନେତୃବୃନ୍ଦ ମେଡିକାଲରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲ ଓ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଶୋକବାର୍ତ୍ତାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Show More

Related Articles

Back to top button