Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବିମାନ ତ୍ରୁଟି ଯୋଗୁଁ ଭାରତରେ ଫସି ରହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ

ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଜି -୨୦ ସଫଳତାର ସହିତ ଶେଷ ହେବା ପରେ ସମସ୍ତ ଦେଶର ନେତାମାନେ ସେମାନଙ୍କ ଦେଶକୁ ଫେରି ସାରିଲେଣି। କିନ୍ତୁ ବିମାନରେ କିଛି ତ୍ରୁଟି କାରଣରୁ କାନାଡ଼ାର ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ନିଜ ଦେଶକୁ ଫେରି ପାରି ନାହାନ୍ତି। ବିମାନ ସଜାଡିବାରେ ବିଳମ୍ବ ହେଉଥିଲା ବେଳେ ଅନ୍ୟ ଏକ ବିମାନ ଟ୍ରୁଡୋଙ୍କୁ ନେବାକୁ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପହଞ୍ଚି ପାରି ନାହିଁ। ଜି -୨୦ ର୧୮ତମ ବୈଠକରେ ଭାଗ ନେବାକୁ ସେ ଭାରତରେ ପହଞ୍ଚିଥିଲେ। ସୋମବାର ଭାରତରେ ଫସି ରହିଥିବା କାନାଡାର ପ୍ରଧାନମନ୍ତ୍ରୀ ରାଜଧାନୀର ଲଲିତ ହୋଟେଲରେ ତାଙ୍କ କୋଠରୀରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତ୍ରୁଟିପୂର୍ଣ୍ଣ ଥିବା କାନାଡିଆନ ପ୍ରଧାନମନ୍ତ୍ରୀଙ୍କ ବିମାନ ହେଉଛି ଏକ ସିସି-୧୫୦ ପୋଲାରିସ, ଅନେକ ପରିବର୍ତ୍ତିତ ଏୟାରବସ ଏ୩୧୦-୩୦୦ ମଧ୍ୟରୁ ଗୋଟିଏ ଯାହା କାନାଡା ସଶସ୍ତ୍ର ବାହିନୀ ଏହାର ଭିଆଇପିଙ୍କ ପାଇଁ ବ୍ୟବହାର କରେ।
କାନାଡାର ପ୍ରଧାନମନ୍ତ୍ରୀ ଭାରତରେ ଅଟକି ରହିଛନ୍ତି ବୋଲି ବୟାନ ଆସିବାର କିଛି ସମୟ ପରେ, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ ଫର ଜଷ୍ଟିସ (ଏସଏଫଜେ) ରବିବାର ଦିନ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାରରେ ଖଲିସ୍ତାନ ଜନମତ ସଂଗ୍ରହ ଆୟୋଜନ କରିଥିଲେ। ତେବେ ଟ୍ରୁଡୋ ସୋମବାର ଦିନ କାନାଡା ଫେରିବା ବେଳେ ତାଙ୍କ ବିମାନ ଖରାପ ହୋଇଥିଲା ଏହା ପରେ ତାଙ୍କୁ ଭାରତରେ ରହିବାକୁ ପଡିଥିଲା । ସୂଚନା ଅନୁସାରେ କାନାଡାରୁ ଆଉ ଏକ ପ୍ଲେନ ଆସୁଛି । ଯାହା ଫଳରେ କାନାଡାର ପ୍ରଧାନମନ୍ତ୍ରୀ ଆଜି ପିଜ ଦେଶକୁ ଫେରିବାର ସମ୍ଭାବନା ରହିଛି ।

Show More

Related Articles

Back to top button