Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଲିବିୟାରେ ବାତ୍ୟାର ପ୍ରକୋପ, ସମୁଦ୍ରକୁ ଭାସିଗଲେ 2ହଜାରରୁ ଅଧିକ

() ଲିବିୟାରେ ବାତ୍ୟାର ତାଣ୍ଡବ । ଭୀଷଣ ବାତ୍ୟା ଓ ବର୍ଷା ଯୋଗୁଁ ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ଅନ୍ୟୂନ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅସଂଖ୍ୟ ଲୋକ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି ।

ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଦୁର୍ବିପାକ ଆସି ଆଖପାଖ ସବୁ ଅଞ୍ଚଳକୁ ବୁଡ଼ାଇ ଦେବା ସହିତ ଲୋକମାନଙ୍କୁ ସମୁଦ୍ର ଭିତରକୁ ଭସାଇ ନେଲା। ପ୍ରାୟ ୫/୬ ହଜାର ନିଖୋଜ ହେବା ନେଇ ଲିବିୟା ପକ୍ଷରୁ ଆକଳନ କରାଯାଇଛି ।

In this photo provided by the Libyan government, a car sits partly suspended in trees after being carried by floodwaters in Derna, Libya, on Monday, Sept. 11, 2023. Mediterranean storm Daniel caused devastating floods in Libya that broke dams and swept away entire neighborhoods and wrecked homes in multiple coastal towns in the east of the North African nation. As many as 2,000 people were feared dead one of the country’s leaders said. (Libyan government handout via AP)

ରବିବାର ଅପରାହ୍ଣରେ ଭୂମଧ୍ୟସାଗର ଉପର ଦେଇ ବାତ୍ୟା ‘ଡାନିଏଲ୍‌’ ପ୍ରବାହିତ ହୋଇଥିଲା। ଫଳରେ ଡେର୍ନା ନଗରୀରେ ରାସ୍ତାଘାଟ ଭସାଇ ନେବା ସହିତ କୋଠାବାଡ଼ି ନଷ୍ଟ କରି ଦେଇଥିଲା।

Show More

Related Articles

Back to top button