Breaking PLUSଦେଶମୁଖ୍ୟ ଖବର

ନେପାଳ ନାଗରିକଙ୍କୁ ଭାରତରେ ସୁବିଧାରେ ମିଳିପାରିବ ସିମ୍ କାର୍ଡ

କାଠମାଣ୍ଡୁ,20 ଫେବୃୟାରୀ -ଏଣିକି ଭାରତରେ ନେପାଳ ନାଗରିକଙ୍କୁ ସୁବିଧାରେ ମିଳିପାରିବ ସିମ୍ କାର୍ଡ । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏବେ ଯାଏ ନେପାଳ ନାଗରିକଙ୍କୁ ସିମ୍ କାର୍ଡ ନେବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । କିଛି ବର୍ଷ ହେବ ସେମାନଙ୍କୁ ସିମ୍ କାର୍ଡ ମିଳିପାରୁନଥିଲା ।
ଭାରତର ସଂଚାର ମନ୍ତ୍ରାଳୟ ପକ୍ଷରୁ ଏକ ଅଧିସୂଚନା ଜାରି କରି ନେପାଳ ଓ ଭୁଟାନର ନାଗରିକଙ୍କ ପାଇଁ ସିମ୍ କାର୍ଡ ନେବା ନିୟମରେ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି । ଏବେ ଯାଏ ଭାରତକୁ ଆସୁଥିବା ବିଦେଶୀ ନାଗରିକଙ୍କୁ ଭିସା ଆଧାରରେ ସିମକାର୍ଡ ଦିଆଯାଉଥିଲା । ନେପାଳ ଓ ଭୁଟାନ ନାଗରିକ ବିନା ଭିସାରୁ ଭାରତକୁ ଯାତ୍ରା କରୁଥିବାରୁ ସେମାନଙ୍କୁ ସିମ୍ କାର୍ଡ ମିଳିପାରୁନଥିଲା । ଭାରତ ସରକାର ଏହି ସମସ୍ୟାକୁ ବୁଝିବା ସହ ନେପା ଓ ଭୁଟାନ ନାଗରିକଙ୍କୁ ବିନା ଭିସାରେ ସିମକାର୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

Show More

Related Articles

Back to top button