Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚ 27ରୁ 29 ଯାଏ କାଠମାଣ୍ଡୁରେ ନେପାଳ-ଭାରତ ଅନ୍ତର୍ଜାତୀୟ ସଂସ୍କୃତ ସମ୍ମିଳନୀ

କାଠମାଣ୍ଡୁ, 20 ମାର୍ଚ୍ଚ – ମାର୍ଚ୍ଚ 27ରୁ ନେପାଳର ରାଜଧାନୀ କାଠମାଣ୍ଡୁରେ ତିନି ଦିବସୀୟ ନେପାଳ-ଭାରତ ଅନ୍ତର୍ଜାତୀୟ ସଂସ୍କୃତ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଦୁଇ ଦେଶର 45ରୁ ଅଧିକ ବିଦ୍ୱାନ ଭାଗ ନେବେ । ନୀତି ଅନୁସନ୍ଧାନ ପ୍ରତିଷ୍ଠାନ ନେପାଳର ଏହି ଆୟୋଜନରେ ଭାରତର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଇଣ୍ଡିଆ ଫାଉଣ୍ଡେସନ ସହଯୋଗ କରିଛି ।
ଏହି ସମ୍ମିଳନୀରେ ଭାରତର ଅନେକ ବିଶ୍ୱବିଦ୍ୟାଳୟର ଉପକୂଳପତି ଯୋଗ ଦେବେ । ନେପାଳରୁ ପ୍ରାୟ ତିନି ଡଜନ ଓ ଭାରତରୁ ପ୍ରାୟ 40ରୁ ଅଧିକ ବିଶେଷଜ୍ଞ ଏଥିରେ ସାମିଲ ରହିବେ ।

Show More

Related Articles

Back to top button