Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କଲା ପଡ଼ୋଶୀ ଘର ଯୁବକ

ରାୟଗଡ଼ା : ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପଡ଼ୋଶୀ ଘର ଯୁବକ। ଆଜି ମଧ୍ୟାହ୍ନ ସମୟରେ ରାୟଗଡ଼ାର କୋଇଲାପଡାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟାର ଶିକାର ହେଲେ ମହିଳା। ଅଭିଯୁକ୍ତ ରାଜେଶ କୁଲେସିକାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଏସପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦିବ୍ୟାଜତି ଦାସ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣିଗାରେଡ଼ି କରୁଥିବା ନେଇ ରାଜେଶ ସନ୍ଦେହ କରୁଥିଲା। ଏନେଇ ଉଭୟ ପରିବାର ମଧ୍ୟରେ ଆଜି ବଚସା ହୋଇଥିଲା। ଯାହା ପରେ ଅଭିଯୁକ୍ତ ରାଜେଶ ରାଗରେ ଚନ୍ଦ୍ରମାଙ୍କ ବେକକୁ ଟାଙ୍ଗିଆରେ ହାଣି ଦେଇଥିଲେ। ଘଟଣା ଘଟାଇବା ପରେ ଚନ୍ଦ୍ରମାଙ୍କ ଘରୁ ବାହାରି ସାହି ଭିତରେ ଲୋକଙ୍କୁ ଭୟଭୀତ ମଧ୍ୟ କରିଥିଲା ରାଜେଶ। ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ରାୟଗଡ଼ା ଏସଡିପିଓ ଦିବ୍ୟାଜତି ଦାସ କହିଛନ୍ତି, ଘଟଣା ଘଟାଇଥିବା ଅଭିଯୁକ୍ତକୁ ଧରିବା ପରେ ପଚରାଉଚରା କରାଯାଉଛି। ତଦନ୍ତ ପରେ ଜଣାପଡିବ ଯେ, ଏହି ହତ୍ୟା ଗୁଣିଗାରେଡ଼ି ସନ୍ଦେହରେ ଘଟିଛି, ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି।

Show More

Related Articles

Back to top button