ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଋଷି ସୁନକଙ୍କୁ ପଛରେ ପକେଇ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ରେସ୍‌ରେ ହାରିଗଲେ ଋଷି ସୁନକ। ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଲିଜ ଟ୍ରସ୍‌। ମାର୍ଗରେଟ୍ ଥେରର ଓ ଥେରେସାଙ୍କ ପରେ ସେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସାର୍ ଗ୍ରାହାମ୍ ବ୍ରାଡିଙ୍କ ଦ୍ୱାରା ବ୍ରିଟେନ୍‌ର ନୂତନ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଋଷି ସୁନକ ପ୍ରଥମରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ରେ ଆଗରେ ଥିଲେ। ତେବେ ମତଦାନ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ମଧ୍ୟ ଆରମ୍ଭରୁ ନିଜ ଦବ୍‌ଦବା ବଜାୟ ରଖିଥିଲେ। ଲିଜ୍‌ ଟ୍ରସ୍‌ ଋଷି ସୁନକଙ୍କୁ ଦେଇଥିଲେ କଡ଼ା ଟକ୍କର। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ୪୭ ବର୍ଷୀୟା ଟ୍ରସ୍ କଞ୍ଜରଭେଟିଭ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଲିଜ୍‌ଙ୍କୁ ୮୧,୩୨୬ଟି ଭୋଟ ମିଳିଥିବା ବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଛି। ଏହି ନିର୍ବାଚନରେ କଞ୍ଜରଭେଟିଭ୍‌ ଦଳର ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଅଧିକ ସଦସ୍ୟ ଭୋଟ ଦେଇଥିଲେ।

Show More

Related Articles

Back to top button