ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଭକ୍ତିସ୍ୱତନ୍ତ୍ର

ବ୍ରହ୍ମପୁର ସହରରେ ନବରାତ୍ର ପୂଜା ଆରମ୍ଭ,ଉତ୍ସବମୁଖର ସାରା ସହର

ଆରମ୍ଭ ହୋଇଯାଇଛି ନବରାତ୍ର ପୂଜା । ଶାରଦୀୟ ବିଜୟ ଦଶମୀ ପୂର୍ବରୁ ନବରାତ୍ର ଆରମ୍ଭରେ ସୋମବାରଠାରୁ ଧରାପୃଷ୍ଠରେ ମା’ଙ୍କ ଅବତରଣ ହୋଇଛି । ଉତ୍ସବମୁଖର ହୋଇପଡିଛି ସାରା ସହର ।

ସୋମାବାରରୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜେଲ ରୋଡ଼ ମା’ ଦକ୍ଷିଣେଶ୍ୱର କାଳୀ ପୀଠରେ ନବରାତ୍ର ପୁଜା ଆରମ୍ଭ ହୋଇଛି। ପୂର୍ବାହ୍ନରେ ଜଳଯାତ୍ରା ଅନୁଷ୍ଠିତ ହୋଇଥିଲା। ଶତାଧିକ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମାର୍କେଣ୍ଡେଶ୍ୱର ପୋଖରୀରୁ ଜଳ ସଂଗ୍ରହ କରିଥିଲେ। ଜଳ କଳସ ଶୋଭାଯାତ୍ରାରେ ଆସି ମନ୍ଦିର ସମ୍ମୁଖ ଯଜ୍ଞସ୍ଥଳରେ ପହଞ୍ଚିଥିଲେ।

ମନ୍ଦିର ପରିଚାଳନା କମିଟି ମୁଖ୍ୟ ହେମନ୍ତ କୁମାର ସାବତ ଓ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ। ପଣ୍ଡିତ ଅକ୍ଷୟ କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ମହାସପ୍ତମୀ ଓ ମହାଷ୍ଟମୀରେ ସନ୍ଧିପୂଜା ସମେତ ବିଭନ୍ନ ନୀତି କାନ୍ତି ସହ କାଳୀଙ୍କ ରାଜରାଜେଶ୍ୱରୀ ବେଶ ଓ ପୂର୍ଣ୍ଣାହିତ ଦିଆଯିବ। ସେହିପରି ବିଜିପୁର, ଆଙ୍କୁଲି, ଆମ୍ବପୁଆ ସମେତ ବିଭିନ୍ନ କାଳୀ ମନ୍ଦିର, ଠାକୁରାଣୀ ମନ୍ଦିର,ଦେବୀ ମନ୍ଦିର ଓ ପୁଜା ମଣ୍ଡପ ମାନଙ୍କରେ ନବରାତ୍ର ପୁଜା ଆରମ୍ଭ ହୋଇଛି।

Show More

Related Articles

Back to top button