ଓଡ଼ିଶା

ଘଟଗାଁ ତାରିଣୀ ପୀଠରେ ନବରାତ୍ରୀ ପୂଜା

ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଉଛନ୍ତି ମା’

ପାର୍ବଣର ଆଗମନରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମହିଷାମର୍ଦ୍ଦିନୀ ମା’ ଦୁର୍ଗା | ଗତ ଦୁଇଦିନ ପୂର୍ବେ ଆରମ୍ଭ ହୋଇ ସାରିଛି ମାଆଙ୍କ ନବରାତ୍ରୀ ପୂଜା | ଏନେଇ ସମସ୍ତ ଶକ୍ତିପୀଠ ଗୁଡିକରେ ଷୋଡଶ ପୂଜାବିଧି ସମେତ ମାଆଙ୍କର ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ଏଥିରୁ ବାଦ୍ ପଡିନି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ବାସିନୀ ମା’ ତାରିଣୀଙ୍କ ପୀଠ | ଏଠାରେ ମଧ୍ୟ ତାରିଣୀଙ୍କ ନିକଟରେ ଷୋଡଶ ଉପଚାର ପୂଜାବିଧି ସହ ନବରାତ୍ରୀ ପୂଜା ଚାଲୁଅଛି | ଏହି ନବରାତ୍ରୀ ନଅ ଦିନ ଧରି ପାଳିତ ହୋଇଥାଏ, ଯାହା ବିଜୟାଦଶମୀ ଦିନ ସମାପନ ହୋଇଥାଏ | ୯ ଦିନରେ ମା’ ୯ ରୂପ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି |

 

ଶନିବାର ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟା ରୁପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି | ଶନିବାର ପ୍ରାତଃରୁ ମା’ଙ୍କର ମାଜଣା, ମଙ୍ଗଳଆଳତି, ବଡ ସିଂହାର ବେଶ ଇତ୍ୟାଦି ଯଥା ରୀତିକାନ୍ତି ପୂଜାବିଧି କରି ପହଡ ଖୋଲା ଯାଇଛି | ମା’ଙ୍କର ଚନ୍ଦ୍ରଘଣ୍ଟା ରୁପକୁ ଦେଖିବା ପାଇଁ ଭକ୍ତଙ୍କ ଆଗମନ ହୋଇଛି | ସରକାରଙ୍କ କୋଭିଡ୍ ନିୟମ ମାନି ମାଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି |

Show More

Related Articles

Back to top button