ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପ୍ରାକୃତିକ ଆଣ୍ଟିବାୟୋଟିକରେ ବଢ଼ାନ୍ତୁ ରୋଗପ୍ରତିରୋଧକ କ୍ଷମତା

ଆଣ୍ଟିବାୟୋଟିକ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ l ଏହାକୁ ବ୍ୟବହାର କରିବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ l ଯେଉଁଥି ପାଇଁ ରୋଗରେ ପଡ଼ିବାର ବିପଦ କମ ରହିଥାଏ l ପ୍ରାକୃତିକ ଆଣ୍ଟିବାୟୋଟିକ ସଂକ୍ରମଣ ସହିତ ଲଢ଼ିବା ,ଜଖମକୁ ଠିକ କରିବା ଓ ରୋଗରୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ

ପ୍ରାକୃତିକ ଆଣ୍ଟିବାୟୋଟିକକୁ ଆପଣ ସେବନ କରିବା ଦ୍ୱାରା ନିଜକୁ ସର୍ଦି ,କାଶ ,ଜ୍ୱର ,ହାଡ ଓ ଗଣ୍ଠିବିନ୍ଧା ,ନିମୋନିଆ ସହିତ ଅନ୍ୟ ସଂକ୍ରମଣରୁ ରକ୍ଷାପାଇ ପାରିବେ l

* ରସୁଣ –ରସୁଣରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ସଂକ୍ରମଣ ବିରୁଦ୍ଧରେ ଲଢେଇ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ରସୁଣରେ ଥିବା ଏଲିସିନ କ୍ଷତି କାରକ ବ୍ୟାକ୍ଟେରିଆ ସହିତ ଲଢେଇ କରିବାର କ୍ଷମତା ରଖିଥାଏ l ଦିନକୁ ମାତ୍ର ଦୁଇଟି ରସୁଣ କୋଲା ଖାଇବା ଆପଣଙ୍କ ପାଇଁ ଲାଭ ଦାୟକ ହୋଇଥାଏ l

* ମହୁ –ମୁହୁର ବ୍ୟବହାର ଘରୋଇ ଉପଚାରରେ ଏକ ପ୍ରାକୃତିକ ଆଣ୍ଟିବାୟୋଟି ଭଳି କରାଯାଇଥାଏ l କୁହ ଯାଏ ଯେ ମହୁକୁ ବ୍ୟବହାର କରିବା ଦ୍ୱାରା ପୁରୁଣା ଜଖମ ଜଲ୍ଦି ଠିକ ହୋଇଥାଏ ଓ ସଂକ୍ରମଣକୁ ଅଟକାଇବା ପାଇଁ ସାହାଯ୍ୟ କରିଥାଏ l ଆପଣ ଚାହିଁଲେ ଚିନିର ବିକଳ୍ପ ଭାବରେ ମହୁକୁ ବ୍ୟବହାର କରି ପାରିବେ l

* ହଳଦୀ –ହଳଦୀରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି l ହଳଦୀରେ ଥିବା କୋରୋକ୍ୟୁମିନ ତତ୍ଵକୁ ପ୍ରାକୃତିକ ଆଣ୍ଟିବାୟୋଟିକ କୁହାଯିଥାଏ l କୋରୋକ୍ୟୁମିନରେ ଶକ୍ତିଶାଳୀ ଆଣ୍ଟିଆକ୍ସିଡେଣ୍ଟ ରହିଛି ,ଯାହା ଶରୀରର ଫୁଲିବାକୁ କମାଇ ଥାଏ l ହଳଦୀ ମସ୍ତିସ୍କକୁ ସତେଜ ରଖିଥାଏ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ କରିବାରେ ସାହାଯ୍ୟ କରିଥାଏ l ହଳଦୀକୁ ନିୟମିତ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ l

* ଅଦା -ଅଦା ମାଂସପେଶୀ ଫୁଲ କମାଇବା କାରଣରୁ ଏହାକୁ ଏକ ପ୍ରାକୃତିକ ଆଣ୍ଟିବାୟୋଟିକ କୁହାଯିଥାଏ l ଅଦାର ବ୍ୟବହାର ଗ୍ୟାସ ,ଏସିଡ଼ିଟି ଓ ଛାତି ପୋଡା ଇତ୍ୟାଦିରେ ବ୍ୟବହାର କରାଜିକୁଥା ଅଦା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥିବାରୁ ଏହାକୁ ଆୟୁର୍ବେଦରେ ଏହା ମହୋଷଧି ଭାବରେ ଗ୍ରହଣ କରିଥାନ୍ତି l ଅଦା ଓ ମହୁର ଚାହା ପ୍ରସ୍ତୁତ କରି ପିବ ଦ୍ୱାରା ଶରୀରକୁ ଲାଭ ମିଳିଥାଏ l

Show More

Related Articles

Back to top button