ସ୍ୱାସ୍ଥ୍ୟ

ହେଙ୍ଗୁର ମହତ୍ୱ

ହେଙ୍ଗୁ ଭାରତୀୟ ରୋଷେଇ ଘରର ଏକ ମୁଖ୍ୟ ମସଲା ଅଟେ l ଖାଇବାରେ ହେଙ୍ଗୁର ବ୍ୟବହାର କରିବା ଏକ ପୁରୁଣା ସଂସ୍କୃତି ,ଏହା ଖାଦ୍ୟର ସ୍ୱାଦ ଓ ସୁଗନ୍ଧକୁ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ l ଭାରତରୁ ହେଙ୍ଗୁ ବିଦେଶକୁ ରପ୍ତାନି କରାଯାଇଥାଏ

ବୈଜ୍ଞାନିକ ଓ ଉଦ୍ୟଗକିକ ଅନୁସନ୍ଧାନ ପରିଷଦ ହିମାଚଳ ପ୍ରଦେଶରେ ହେଙ୍ଗୁର ଚାଷ କରାଇଥିଲେ l ବର୍ତ୍ତମାନ ଏହା ଆଫଗାନିସ୍ତାନ ,ଇରାନ ,ଉଜବେକିସ୍ତାନକୁ ରପ୍ତାନି କରାଯାଉଛି l IHBT ଫେରୁଲl ହେଙ୍ଗୁର ମଞ୍ଜି ଭାରତରେ ଆଣି କୃଷି କ୍ଷେତ୍ରରେ ଲଗାଇବା ପାଇଁ ଚେଷ୍ଟା ଚଳାଇଛନ୍ତି l ଅକ୍ଟୋବର ୧୫ ତାରିଖ ଦିନ ଲାହୋଲ ଘାଟିରେ କୁଆଁରିଙ୍ଗ ଗାଁରେ ଫେରୁଲା ହେଙ୍ଗୁର ଗଛ CSIR-IHBT ର ନିର୍ଦେଶକ ସଞ୍ଜୟ କୁମାର ଏହାକୁ ରୋପଣ କରିଛନ୍ତି l ହେଙ୍ଗୁର ଗଛ ଥଣ୍ଡା ଓ ଶୁଷ୍କ ବାତାବରଣରେ ଲାଗ ଯାଇଥାଏ l ସେଥିପାଇଁ ଫେରୁଲା ହେଙ୍ଗୁ ଚାଷ ପାଇଁ ଥଣ୍ଡା ଜାଗାକୁ ବଛା ଯାଇଛି lହେଙ୍ଗୁ ପାଚନ ଶକ୍ତିକୁ ସୁଧାରିବାରେ କାମରେ ଆସିଥାଏ l

ଏହାକୁ ବ୍ୟବହାର କଲେ ପେଟ ଫୁଲିବା ,ଏସିଡ଼ିଟି ,ଗ୍ୟାସ ଓ ବାନ୍ତି ସମସ୍ୟାରୁ ଆରମ୍ଭ ମିଳିଥାଏ l ହେଙ୍ଗୁରେ କୁମେରିଂ ନାମକ ଯୌଗିକ ପଦାର୍ଥ ଭରପୁର ମାତ୍ରାରେ ରହିଥାଏ l ହେଙ୍ଗୁ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ହେଙ୍ଗୁ ଦ୍ୱାରା କାଶ ,ଥଣ୍ଡା ,ଶ୍ୱାସ ସମସ୍ୟା ପ୍ରଭୃତି ଦୂର ହୋଇଥାଏ lଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଥିବା କାରଣରୁ ହେଙ୍ଗୁ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ l ଏହାକୁ ବ୍ୟବହାର କରିବା ଦ୍ୱାରା ଚୁଟି ଝଡ଼ିବା କମିଥାଏ ଓ ତ୍ୱଚା ମଧ୍ୟ ସତେଜ ରହିଥାଏ l ହେଙ୍ଗୁ ମଧୁମେହ ପାଇଁ ମଧ୍ୟ ହିତକର l ମଧୁମେହ ରୋଗୀମାନେ ହେଙ୍ଗୁକୁ ନିଜ ଖାଦ୍ୟରେ ବ୍ୟବହାର କଲେ ଲାଭ ମିଳିଥାଏ l

Show More

Related Articles

Back to top button