Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିହାର ବିଧାନସଭା ନିର୍ବାଚନ, ଆଜି ଦ୍ୱିତୀୟ ପ୍ରର୍ଯ୍ୟାୟରେ ୯୪ଟି ଆସନ ପାଇଁ ଚାଲିଛି ମତଦାନ

ବିହାର ବିଧାନସଭା ନିର୍ବାଚନ ପାଇଁ ୨ୟ ପର୍ଯ୍ୟାୟରେ ମତଗ୍ରହଣ ଜାରି ରହିଛି । ଆଜି ସକାଳ ୭ଟାରୁ ମତଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ପର୍ଯ୍ୟାୟରେ ୯୪ଟି ଆସନରେ ମତଗ୍ରହଣ କରାଯାଉଛି । 

ବିହାର ବିଧାନସଭା ନିର୍ବାଚନ ପାଇଁ ୨ୟ ପର୍ଯ୍ୟାୟରେ ମତଗ୍ରହଣ ଜାରି ରହିଛି । ଆଜି ସକାଳ ୭ଟାରୁ ମତଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ପର୍ଯ୍ୟାୟରେ ୯୪ଟି ଆସନରେ ମତଗ୍ରହଣ କରାଯାଉଛି ।

ବିହାର ଉପନିର୍ବାଚନର ୨ୟ ପର୍ଯ୍ୟାୟରେ ମୋଟ ୧୪୬୩ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କୁ ୨ କୋଟି ୮୫ ଲକ୍ଷରୁ ଅଧିକ ପଂଜିକୃତ ମତଦାତା ଭୋଟ ଦେବେ । ଏଥିପାଇଁ ୪୧ ହଜାର ୩୬୨ଟି ମତଦାନ କେନ୍ଦ୍ରରେ ଇଭିଏମ ଓ ଭିଭିପ୍ୟାଟର ବ୍ୟବସ୍ଥା କରାଯାଇଛି ।

ଆଜି ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମହାରାଜଗଂଜ ଆସନରେ ସର୍ବାଧିକ ୨୭ ଜଣ ପ୍ରାର୍ଥୀ ଓ ଦରୌଲି ଆସନରେ ସର୍ବନିମ୍ନ ୪ ଜଣ ପ୍ରାର୍ଥୀଙ୍କ ମଧ୍ୟ ପ୍ରତିନ୍ଦ୍ୱନ୍ଦ୍ୱିତା ହେଉଛି । ସେହିପରି ଏନଡିଏରେ ୪୬ ଜଣ ବିଜେପି ଓ ୪୩ ଜଣ ଜେଡିୟୁ ପ୍ରାର୍ଥୀ ଅଛନ୍ତି । ସେହିଭଳି ଭିଆଇପିର ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ମହାମେଣ୍ଟରେ ଆରଜେଡିର ୫୬ ଜଣ, କଂଗ୍ରେସର ୨୪ ଜଣ ଓ ବାମ ଦଳରୁ ୧୪ ଜଣ ପ୍ରାର୍ଥୀ ଅଛନ୍ତି ।

ବିହାର ବିଧାନସଭା ନିର୍ବାଚନ ବ୍ୟତୀତ ଦେଶର ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଛି । ଏଥିରୁ ମଧ୍ୟପ୍ରଦେଶରେ ୨୮, ଗୁଜୁରାଟରେ ୮, ଉତ୍ତରପ୍ରଦେଶରେ ୭, ଓଡ଼ିଶା, ନାଗାଲାଣ୍ଡ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ୨ଟି ଲେଖାଏଁ, ଛତିଶଗଡ଼, ତେଲେଙ୍ଗାନା ଓ ହରିୟାଣାରେ ଗୋଟିଏ ଲେଖାଏଁ ଆସନ ସାମିଲ ଅଛି । 

Show More

Related Articles

Back to top button