Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ପଦ ପାଇଁ ଆଜି ହେବ ମତଗ୍ରହଣ

ବହୁ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବଚାନ ପାଇଁ ଆଜି ମତଗ୍ରହଣ କରାଯିବ । ଆସନ୍ତା ଜାନୁଆରୀରେ ୬ ତାରିଖରେ କିଏ ରାଷ୍ଟ୍ରପତି ହେବେ ତାହା ଘୋଷଣା ହେବ । ଆମେରିକା ନିର୍ବାଚନ ଲାଗି ପ୍ରାୟ ୬ ମାସ ହେବ ପ୍ରଚାର ଜୋରଦାର ଚାଲିଛି । ଏହି ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାମ୍ନା କରୁଛନ୍ତି ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ । 

ସୂଚନାଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଆମେରିକା ନିର୍ବାଚନ ହେଉଥିବାରୁ ସରକାରଙ୍କ ବିଫଳତା ନେଇ ବିଗତ ଦିନରେ ହୋଇଥିବା ବିତର୍କରେ ଜୋ ବାଇଡେନ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଆମେରିକାବାସୀଙ୍କୁ ଖୁବ ଶୀଘ୍ର କରୋନା ଟିକା ମିଳିବ । ତେବେ କୁହାଯାଉଛି ଯେ, ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । କାରଣ ଆମେରିକାରେ ବହୁ ସଂଖ୍ୟାରେ ଭାରତୀୟ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି ।

Show More

Related Articles

Back to top button