Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବହୁ ପ୍ରତୀକ୍ଷିତ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ

ବହୁ ପ୍ରତୀକ୍ଷିତ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ମତଦାନ କେନ୍ଦ୍ରରେ ଇଭିଏମ ଓ ଭିଭିପ୍ୟାଟର ବ୍ୟବସ୍ଥା କରାଯାଇଛି । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି

ବହୁ ପ୍ରତୀକ୍ଷିତ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ମତଦାନ କେନ୍ଦ୍ରରେ ଇଭିଏମ ଓ ଭିଭିପ୍ୟାଟର ବ୍ୟବସ୍ଥା କରାଯାଇଛି । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି । ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ, କଂଗ୍ରେସ ସମେତ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ  ୪ ଲକ୍ଷ ୬୦ ହଜାରରୁ ଅଧିକ ମତଦାତା ।

ତେବେ କୋଭିଡ କଟକଣା ମଧ୍ୟରେ ଉପନିର୍ବାଚନ ହେଉଥିବାରୁ ସଂକ୍ରମଣ ନବ୍ୟାପିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରତିଟି ମତଦାନ କେନ୍ଦ୍ରରେ ମତଦାତାମାନଙ୍କର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ସେହିପରି ମତଦାନ କେନ୍ଦ୍ରକୁ ଭୋଟରମାନେ ମାସ୍କ ପିନ୍ଧିଯାଉଛନ୍ତି । ସାମାଜିକ ଦୂରତା ରକ୍ଷା କରିବେ ଏବଂ ସାନିଟାଇଜ କରି କେନ୍ଦ୍ର ଭିତରକୁ ପ୍ରବେଶ କରୁଛନ୍ତି । ପ୍ରତିଟି ମତଦାନ କେନ୍ଦ୍ରରେ ୪ ଜଣ ପୁଲିଂ ପାର୍ଟି ବ୍ୟତୀତ ଜଣେ ସ୍ୱେଚ୍ଛାସେବୀ ଓ ଜଣେ ଆଶା କର୍ମୀ ମତଦାତାଙ୍କୁ କରୋନାରୁ ବର୍ତ୍ତିବା ପାଇଁ ସତର୍କ କରାଉଛନ୍ତି ।

ତିର୍ତ୍ତୋଲ ଉପ-ନିର୍ବାଚନ ନିମନ୍ତେ ୩୭୩ଟି ବୁଥରେ ୧୯୪୦ ଜଣ ପ୍ରିଜାଇଡିଙ୍ଗ୍ ପୋଲିଂ ଅଧିକାରୀ, ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର୍‌, ୫ଟି ଭିଡ଼ିଓ ଗ୍ରାଫି  ନିୟୋଜିତ ହୋଇଛନ୍ତି । ମୋଟ ୨ ଲକ୍ଷ ୩୯ ହଜାର ୧୫୩ ଜଣ  ଭୋଟର ମତଦାନ କରିବେ । ଉପନିର୍ବାଚନର ଫଳାଫଳ ଆଗାମୀ ୧୦ ତାରିଖରେ ଆସିବ । ବାଲେଶ୍ୱର ଉପନିର୍ବାଚନ ପାଇଁ ୨ ଲକ୍ଷ ୩୦ ହଜାର ୨୯୭ ଜଣ ମତଦାତା ୬ ଜଣ ପ୍ରାର୍ଥୀଙ୍କୁ ୩୪୬ଟି ବୁଥରେ ଭୋଟ ଦେବେ । ଏହି ନିର୍ବାଚନ ମଣ୍ଡଳୀରେ ୮୫ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ମଡେଲ ବୁଥ ରହିଛି ୧୬ଟି ।

Show More

Related Articles

Back to top button