
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦେଢ଼ ବର୍ଷ ପରେ ସୋମବାରଠୁ ଚାଲିବ ବସ ଜଙ୍ଗଲ ସଫରୀ।
ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଚାଲିବ ସଫାରୀ ବସ। ପର୍ଯ୍ୟଟକମାନେ ନନ୍ଦନକାନନର ପଛପଟ ୯ ନମ୍ବର ଗେଟ ସଫାରୀ ବସ ଷ୍ଟାଣ୍ଡ ଠାରେ ଟିକେଟ କାଟି ୪ ଟି ସଫାରୀର ମଜା ନେଇପାରିବେ। ପ୍ରଥମେ ୩୪ଟି ସିଟ ବିଶିଷ୍ଟ ୨ଟି ସଫାରୀ ବସକୁ ଚାଲୁ କରାଯିବ। ପ୍ରତି ପଯ୍ୟଟକଙ୍କ ପାଇଁ ୬୦ଟଙ୍କା ସଫାରୀ ଟିକେଟ ଧାର୍ଯ୍ୟ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉପ ନିର୍ଦେଶକ ଡକ୍ତର ସଂଜୀବ କୁମାର।