Breaking PLUS

ଜେଇଇ ଆଡଭାନ୍ସ ପରୀକ୍ଷାରେ ଇତିହାସ ରଚିଲେ ମୃଦୁଲ ଅଗ୍ରୱାଲ

ପ୍ରକାଶ ପାଇଛି ଯୁଗ୍ମ ପ୍ରବେଶିକା ପରୀକ୍ଷା, ଜେଇଇ ଆଡଭାନ୍ସ ୨୦୨୧ର ରେଜଲ୍ଟ । ଏଥିସହ ଟପ୍ପର ତାଲିକା ମଧ୍ୟ ପ୍ରକାଶ ପାଇଛି । ଜୟପୁରର ମୃଦୁଲ ଅଗ୍ରୱାଲ ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଏଥି ସହ ସେ ଆଇଆଇଟି-ଜେଇଇ ପ୍ରବେଶିକା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଇତିହାସ ରଚିଛନ୍ତି । ଏହି ପରୀକ୍ଷାରେ ୩୬୦ରୁ ୩୪୮ ନମ୍ବର ଅର୍ଥାତ ୯୬.୬୬ ପ୍ରତିଶତ ସହ ମୃଦୁଲ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।  ଅନ୍ୟପଟେ ଛାତ୍ରୀଙ୍କ ମଧ୍ୟରେ କାବ୍ୟା ଚୋପ୍ରା ଟପ୍ପର ହୋଇଛନ୍ତି ।

୨୦୧୧ ପରଠୁ ଜେଇଇ ଆଡଭାନ୍ସ ପରୀକ୍ଷାରେ ଏହା ହେଉଛି ସର୍ବୋଚ୍ଚ ନମ୍ବର । ଗତ ଦଶନ୍ଧିରେ ସର୍ବାଧିକ ନମ୍ବର ୯୬ ପ୍ରତିଶତ ରହିଥିଲା । ୨୦୧୨ରେ ଟପ୍ପର ୪୦୧ରୁ ୩୮୫ ନମ୍ବର ରଖି ଏହି ସଫଳତା ହାସଲ କରିଥିଲେ । ୨୦୨୦ରେ ଜେଇଇ ଆଡଭାନ୍ସ ପରୀକ୍ଷାରେ ମୋଟ୍ ୩୯୬ରୁ ଟପ୍ପର ୩୫୨ ନମ୍ବର ଓ ୮୮.୮୮ ପ୍ରତିଶତ ରଖିଥିଲେ । ହେଲେ ମୃଦୁଲ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ।

 

Show More

Related Articles

Back to top button