Breaking PLUSଓଡ଼ିଶାମୁଖ୍ୟ ଖବର

ଘୁଞ୍ଚିଲା ବିପିୟୁଟି ଅଡ୍‌ ସେମିଷ୍ଟର୍‌ ପରୀକ୍ଷା

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିିପିୟୁଟି)ର ଅଡ୍‌ ସେମିଷ୍ଟର୍‌ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ମେ ୭ରୁ ଅଡ୍‌ ସେମିଷ୍ଟର(ଦ୍ୱିତୀୟ ପର୍ଯ୍ୟାୟ) ପରୀକ୍ଷା ହେବ । ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚଳିତ ମାସ ୨୨ ତାରିଖରୁ ଅଫଲାଇନ୍‌ରେ ପରୀକ୍ଷା ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଘର ଘେରିଥିଲେ। ଅନଲାଇନ୍‌ରେ ପରୀକ୍ଷା କରିବାକୁ ଦାବି କରିଥିଲେ। ଏବେ ପିଲାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି କର୍ତ୍ତୃପକ୍ଷ। ପରୀକ୍ଷା ଅନଲାଇନ୍‌ରେ ହେବ ବୋଲି ବିିପିୟୁଟି କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ପରବର୍ତ୍ତି ପରୀକ୍ଷା ସମ୍ପର୍କିତ ବିସ୍ତୃତ ବିଜ୍ଞପ୍ତି ଖୁବଶିଘ୍ର ପ୍ରକାଶ ପାଇବ ବୋଲି ମଧ୍ୟ ବିିୟୁଟି ଦର୍ଶାଇଛି। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ କଲେଜଗୁଡ଼ିକୁ ମଧ୍ୟ ଅବଗତ କରାଯାଇଛି।

ତେବେ ଅନଲାଇନ୍‌ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମେଲ୍‌ ଆଇଡି, ମୋବାଇଲ୍‌ ନମ୍ବର ଓ ଫଟୋ ବିିୟୁଟିର ୱେବ୍‌ ପୋର୍ଟାଲ www.bputevaluation.com ରେ ଅପଲୋଡ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜଗୁଡ଼ିକ ଚଳିତ ମାସ ୧୫ରୁ ୧୯ ତାରିଖ ମଧ୍ୟରେ ତଥ୍ୟ ଅପଲୋଡ କରିବେ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଅପଲୋଡ କରିବା ପାଇଁ ବିିପିୟୁଟି ଏହା ସହ ଅନୁବନ୍ଧିତ ସମସ୍ତ କଲେଜଗୁଡ଼ିକୁ ପରାମର୍ଶ ଦେଇଛି।

Show More

Related Articles

Back to top button