Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ନବ ବର୍ଷ ଏବଂ ମହାବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଛନ୍ତି- ନୂଆ ବର୍ଷରେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ ମୋର ପ୍ରାର୍ଥନା । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଶୁଭକାମନା ଜଣାଇଛନ୍ତି । ଶାହ ଟ୍ୱିଟ୍ କରି ଲେଖିଛନ୍ତି-ଓଡ଼ିଆ ନବବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । ମହାପ୍ରଭୂ ଶ୍ରୀ ଜଗନ୍ନାଥ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରି ଦିଅନ୍ତୁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇ ଲେଖିଛନ୍ତି- ଓଡ଼ିଆ ନବ ବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି ।

Show More

Related Articles

Back to top button