Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ରାତି ୮ ଟାରୁ ସମ୍ପୂର୍ଣ୍ଣ ମହାରାଷ୍ଟ୍ରରେ ୧୫ ଦିନ ପାଇଁ ଜାରି ହେବ ୧୪୪ ଧାରା

ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନାର 'ବ୍ରେକ୍ ଦ ଚେନ୍' ଅଭିଯାନ ଆରମ୍ଭ ହେବ ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି।

ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନାର ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ ହେବ ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି।

ପୁରା ମହାରାଷ୍ଟ୍ରରେ ଯା’ଆସ ଉପରେ ପ୍ରତିବନ୍ଧକ ଲାଗୁ ହେବ। ବିନା କାରଣରେ ଲୋକମାନେ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅପିଲ୍‌ କରିଛନ୍ତି। ରେଷ୍ଟୁରାଣ୍ଟରେ ଖାଇବା ଉପରେ କଟକଣା ଲାଗି ଥିବାବେଳେ ହୋମ୍ ଡେଲିଭେରିକୁ ଅନୁମତି ମିଳିଛି। ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ଅଫିସ୍ ଏହି ୧୫ ଦିନ ବନ୍ଦ ରହିବ। ଇ-କମର୍ସ ସେବା, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ପରିବହନ ସେବା ଚାଲୁ ରହିବ। ଏହାସହ ଗଣମାଧ୍ୟମ ପ୍ରତିନିଧିଙ୍କ ଯିବାଆସିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବା ମିଳିବ। ସପିଂ ସେଣ୍ଟର, ମଲ୍, ଫିଲ୍ମ ସୁଟିଂ, ବେଳାଭୂମି ବନ୍ଦ ରହିବ।

Show More

Related Articles

Back to top button