Breaking PLUSଦୁର୍ଘଟଣାମୁଖ୍ୟ ଖବର
ବିଦ୍ୟୁତ ଚାର୍ଜିତ ଫାଶରେ ପଡି ମାଈ ହାତୀ ମୃତ

ଢେଙ୍କାନାଳ : ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଚାର୍ଜିତ ଫାଶର ଶିକାର ହେଲା ମାଈ ହାତୀ। ଜାଲରେ ପଡ଼ିଲା ବାରହା ଓ ଏହାସହ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତାବି ସେଥିରେ ଫସିଗଲା। ବହୁ ସଂଘର୍ଷ ସତ୍ତ୍ୱେ ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଲା ମାଈ ହାତୀ। ଏଭଳି ଏକ ଅଭାବନୀୟ ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାଘଘରିଆ ଗାଁ ନିକଟସ୍ଥ ଜଙ୍ଗଲରେ। ମୃତ ମାଈ ହାତୀର ବୟସ ୧୦ ବର୍ଷ ହେବ। ବାଘଘରିଆ ଗାଁ ନିକଟସ୍ଥ ଜଙ୍ଗଲରେ ଶିକାରୀଟି ବାରହା ଶିକାର କରିବା ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବସାଇଥିଲା। ସେହି ଜାଲରେ ବାରହା ପଡ଼ିଥିଲା। ଏହାସହ ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀଟି ମଧ୍ୟ ସେହି ବିଦ୍ୟୁତ ଚାର୍ଜିତ ଫାଶରେ ଫସି ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଆଜି ସକାଳେ ସ୍ଥାନୀୟ ଲୋକ ହାତୀ ଓ ବାରହା ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍ କାଟି ହାତୀଓ ବାରହାକୁ ଉଦ୍ଧାର କରିଥିଲେ।