Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଏସ୍‌ବିଆଇ ରିପୋର୍ଟ: ଖୁବ୍‌ଶୀଘ୍ର ଜର୍ମାନୀ ଓ ଜାପାନକୁ ପଛରେ ପକାଇ ତୃତୀୟ ବୃହତ ଅର୍ଥନୀତିର ଦେଶ ହେବ ଭାରତ

ଭାରତୀୟ ଅର୍ଥନୀତି ଏକ ବଡ଼ ସଂରଚାନାତ୍ମକ ପରିବର୍ତ୍ତନ ଦେଇ ଗତି କରିଛି।

ଦେଶର ମୋଟ ଘରୋଇ ଆୟ ଅଧିକ ରହିଛି। ବର୍ତ୍ତମାନ ଭାରତ ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ହୋଇପାରିଛି। ତେବେ ବର୍ତ୍ତମାନର ଅଭିବୃଦ୍ଧି ହାରକୁ ଦେଖିଲେ ଭାରତ ୨୦୨୭ ବେଳକୁ ଜର୍ମାନୀ ଓ ୨୦୨୯ ଜାପାନକୁ ପଛରେ ପକାଇ ତୃତୀୟ ବୃହତ୍ ଅର୍ଥନୀତିର ଦେଶ ହେବ। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ତା’ର ଆର୍ଥିକ ଆକଳନ ରିପୋର୍ଟରେ ଏମିତି ତଥ୍ୟ ଦେଇଛି। ୨୦୧୪ ପରଠାରୁ ଭାରତ ଯେଉଁ ରାସ୍ତାରେ ଚାଲୁଛି ଲାଗୁଛି ୨୦୨୯ ବେଳକୁ ଏହା ବିଶ୍ୱର ତୃତୀୟ ବୃହତ ଅର୍ତନୀତିରେ ଦେଶ ହେଇପାରେ। ୨୦୧୪ ପୂର୍ବରୁ ଦୃଢ଼ ଅର୍ଥନୀତିର ଦେଶ ତାଲିକାରେ ଭାରତ ୧୦ ନମ୍ବର ସ୍ଥାନରେ ଥିଲା। ୧୪ ପରଠାରୁ ଏହା ୭ ନମ୍ବର ସ୍ଥାନକୁ ଉଠିଥିଲା ବୋଲି ଏସ୍‌ବିଆଇର ଅର୍ଥନୀତି ଗବେଷଣା ବିଭାଗ କହିଛି।

 

India economy growth

ଯଦି ଏହି ଧାରା ଜାରି ରହିଲା ତେବେ ଭାରତ ୨୦୧୭ ସୁଧା ଜର୍ମାନୀ ଓ ହୁଏତ ୨୦୨୯ ସୁଧା ଜାପାନକୁ ପଛରେ ପକାଇ ଦେବ ବୋଲି ଗବେଷକ କହିଛନ୍ତି। ଏହା ଭାରତର ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି ରିପୋର୍ଟରେ କୁହାଯାଇଛି। ଏସ୍‌ବିଆଇର ଅର୍ଥନୀତି ପରାମର୍ଶଦାତା ଗ୍ରୁପ୍‌ର ମୁଖ୍ୟକ ସୌମ୍ୟକାନ୍ତି ଘୋଷଙ୍କ ନେତୃତ୍ୱରେ ଏହି ଗେବଷଣା ହୋଇଛି। ସୂଚନା ଥାଉକି ଭାରତ ପୁଣିଥରେ ବ୍ରିଟେନ୍‌କୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥନୀତିରେ ଦେଶ ହୋଇଛି। ସେହିପରି ବ୍ରିଟେନ୍ ଗୋଟେ ସ୍ଥାନକୁ ଖସି ୬ ନମ୍ବର ସ୍ଥାନରେ ରହିଛି। ଅନ୍ତର୍ଜାତୀୟ ମୁଦ୍ରା କୋଷ(IMF) ଅନୁସାରେ, ଭାରତ ୨୦୨୧ ବର୍ଷର ଶେଷ ତ୍ରୟମାସିକରେ ବ୍ରିଟେନ୍‌ ଠାରୁ ଆଗରେ ରହିଛି। ଜିଡିପି ଆକଳନ ଅନୁସାରେ ଭାରତ ୨୦୨୨-୨୩ ଆର୍ଥିକ ବର୍ଷରେ ବି ସ୍ଥିତି କାଏମ ରଖିଛି। ଭାରତର ଅର୍ଥବ୍ୟବସ୍ଥା ୮୫୪.୭ ଅରବ ଡଲାର ରହିଥିବା ବେଳେ ସମାନ ଅବଧିରେ ବ୍ରିଟେନ୍‌ରେ ୮୧୬ ଅରବ ଡଲାର ରହିଛି। ବ୍ରିଟେନ୍‌ର ବଜାର ମଙ୍ଗା ହୋଇଛି। ଅତି ଆବଶ୍ୟକୀୟ ସାମଗ୍ରୀର ଦର ଉପରେ ରହିଥିବାରୁ ବ୍ରିଟେନରେ ଅର୍ଥନୀତି ତଳକୁ ଖସିଯାଇଛି। ଅନ୍ୟପଟେ ଭାରତରେ ଅର୍ଥ ବ୍ୟବସ୍ଥା ଲଗାତର ବଢ଼ିବାରେ ଲାଗିଛି।

Show More

Related Articles

Back to top button