ଦେଶବଲିଉଡବ୍ୟକ୍ତିତ୍ୱମନୋରଞ୍ଜନସେଲିବ୍ରିଟି

ରିଲିଜ ହେଲା ‘ବ୍ରହ୍ମାସ୍ତ୍ର’ର ନୂଆ ଟ୍ରେଲର

ରିଲିଜ ହେଲା ‘ବ୍ରହ୍ମାସ୍ତ୍ର’ର ନୂଆ ଟ୍ରେଲର । ଏହି ଟ୍ରେଲର ସେୟାର କରିଛନ୍ତି କରଣ ଜୋହର । ଫିଲ୍ମରେ  ମୁଖ୍ୟ ଭୂମିକାରେ ଅଛନ୍ତି ରଣବୀର କପୁର, ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଅକ୍କିନୋନୀ ଏବଂ ମୋନୀ ରାୟ । ଏଥିରେ ରଣବୀର କପୁରଙ୍କ ଆକ୍ସନ ସମସ୍ତଙ୍କୁ ପସନ୍ଦ ଆସୁଥିବାବେଳେ ବଡ ପରଦାରେ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ ।

ସେହିପରି ଗୁରୁଜୀର ଚରିତ୍ରରେ ଅମିତାଭ ଶିବ ହୋଇଥିବା ରଣବୀର କପୁରଙ୍କୁ ମାନବତାର ବିନାଶର ଚେତାବନୀ ଦେଉଛନ୍ତି ଏବଂ ‘ବ୍ରହ୍ମାସ୍ତ୍ର’ର ତିନି ଭାଗକୁ ଯୋଡ଼ିବାକୁ ଅଟକାଉଛନ୍ତି । କିନ୍ତୁ ଖଳନାୟକ ମୋନୀ ରାୟ ହଜିଯାଇଥିବା ଖଣ୍ଡକୁ ବହୁ ଖୋଜିଛନ୍ତି, ଏହି ପରିପ୍ରେକ୍ଷୀରେ ସେ ଭଗବାନ ବ୍ରହ୍ମାଙ୍କୁ ସ୍ବୟଂ ତାଙ୍କୁ ସାହାଯ୍ୟ କରିବା ଲାଗି ମଧ୍ୟ କହୁଛନ୍ତି । ଟ୍ରେଲରରେ ଦେଖାଯାଉଛି କି ଶିବଙ୍କୁ ‘ବ୍ରହ୍ମାସ୍ତ୍ର’ର ଶେଷ ଖଣ୍ଡକୁ ସୁରକ୍ଷିତ ରଖିବାକୁ ମହତ୍ବପୂର୍ଣ୍ଣ କାର୍ଯ୍ୟ ଦିଆଯାଇଛି । ସେ ଖଳନାୟକକୁ ଦୂରେଇ ରଖିବାକୁ ନିଜ ଘାତକ ଶକ୍ତିର ବ୍ୟବହାର କରୁଥିବା ଦେଖାଯାଉଛି । ତେବେ ଅପେକ୍ଷା ରହିଲା ଫିଲ୍ମଟି କେବେ ରିଲିଜ ହେଉଛି ।

Show More

Related Articles

Back to top button