ଓଡ଼ିଆ ଗଳ୍ପଓଡ଼ିଶାସ୍ୱତନ୍ତ୍ର
ବୋଉ ଓ ତୁମେ

ବୋଉ ଓ ତୁମେ
ବୋଉ ମୁଣ୍ଡ ଖୋଲା ଚୁଟିର
ତେଲ ଝାଳ ମିଶା ଗନ୍ଧ ….
କେବେ କେମିତି
ଖାର ସୋଡ଼ା ଅବା ସନଲାଇଟ ସାବୁନ ରେ
ଦେହ ମୁଣ୍ଡ ଘଷି ମାଜି
ଗାଧୋଇ ପଡି
ଚହଟି ଉଠେ ବୋଉ …..
ତା ଓଠ ର ନିର୍ମଳ ହସ
ପବିତ୍ର ଚିକ ଚିକ ମଥା ସିନ୍ଦୁର
ତା ହାତ ରନ୍ଧା ଖାଦ୍ୟର ସୁବାସ
ସବୁ ଅପାସୋରା ….
ଆଜି ସିନା ନାହିଁ ସିଏ
ମୋତେ କିନ୍ତୁ ଅକାତରେ ଦେଇ ଯାଇଛି
ତାର ସମସ୍ତ ଆୟୁଷ …..
ଆଉ
ତୁମ ଘନକେଶରୁ ଦାମୀ ସାମ୍ପୁର ମହକ
ତୁମ ଦେହରୁ ବିଦେଶୀ ଡିଓ ର ବାସ୍ନା
ତୁମ ଗୋଲାପୀ ଓଠ ରେ ଚିତ୍ରିତ ପ୍ରଜାପତି
ଲୁଚି ରହିଥିବା ବିଷାକ୍ତ ସାମ୍ବାଳୁଆ
ତମ ଅନଲାଇନ ଖାଦ୍ୟର ଅର୍ଡର …..
ମୋ ବୋଉ ସିନା ମୋତେ ଦେଇ ଯାଇଛି
ତାର ତମାମ ଆୟୁଷ ….ତମେତ
ଚୋରାଇ ନେଇଛ ମୋର
ବଳକା ଆୟୁଷ ….
ବୋଉକୁ ହରାଇବାର ଦୁଃଖ
ତୁମ ପ୍ରେମ ପ୍ରତାରଣା …
ତୁମକୁ ନପାଇବାର କ୍ଷୋଭ
ମୁଁ ହୋଇ ଯାଇଛି ନିଃସ୍ୱ
ଶବ ସାଜି ନେଉଛି ନିଃଶ୍ୱାସ …..
ତୁମେ କିନ୍ତୁ
ଏମିତି ହସୁଥାଅ ଚିରକାଳ
ଯେଉଁଠି ବି ଥାଅ
ହସୁଥାଅ
ଖାଲି ହସୁଥାଅ …..