Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମରକ୍କୋ ଭୂକମ୍ପ ମୃତ୍ୟୁ ସଂଖ୍ୟା 632କୁ ବୃଦ୍ଧି

ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋରକୋ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି।

ଏହି ଶକ୍ତିଶାଳୀ ଭୂମିକମ୍ପ ଉତ୍ପତ୍ତିସ୍ଥଳ ନିକଟ ପ୍ରଦେଶଗୁଡ଼ିକରେ ଅନ୍ୟୂନ ୬୩୨ଜଣ ମୃତ୍ୟୁ ଘଟିଥିବା ବେଳେ ୩୦୦ଜଣ ଆହତ ହୋଇଥିବା କଥା ମୋରକୋର ଗୃହମନ୍ତ୍ରାଳୟ କହିଛି।

ଏହି ଭୂମିକମ୍ପର ପ୍ରଭାବ ବା କମ୍ପନ ସୁଦୂର ପର୍ତ୍ତୂଗାଲ୍‌ ଓ ଆଲଜେରିଆରେ ମଧ୍ୟ ଅନୁଭୂତ ହୋଇଥିଲା ବୋଲି ‘ପର୍ତ୍ତୂଗୀଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସି’ ଆଣ୍ଡ୍‌ ଆଟ୍‌ମୋସ୍ଫିୟର୍‌’ ଓ ଆଲ୍‌ଜେରିଆର ‘ସିଭିଲ୍‌ ଡିଫେନ୍‌ସ୍‌ ଏଜେନ୍‌ସି’ ସୂଚନା ଦେଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ବାର୍‌ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ‘ଆଟ୍‌ଲାସ୍‌ ମାଉଣ୍ଟେନ୍‌’ ୱୟୁକୈମେଦେନ୍‌ ସହରର ପଶ୍ଚିମ ପ୍ରାନ୍ତରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପଜନିତ କମ୍ପନ ଉପକୂଳବର୍ତ୍ତୀ ନଗରୀ ରବାଟ୍‌, କାସାବ୍ଲାଙ୍କା ଓ ଇସାଓୟୁରିଆରେ ଅନୁଭୂତ ହୋଇଥିଲା।

Show More

Related Articles

Back to top button