ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ସଜନାର ଚମତ୍କାରୀ ଗୁଣ

ଗବେଷକ ମାନଙ୍କ ଅନୁସାରେ ସଜନାରେ କମଳା ଠାରୁ ଅଧିକ ଗୁଣର ଭିଟାମିନ-ସି ମିଳିଥାଏ l ଭିଟାମିନ-ଏ ବିଷୟରେ ଯଦି କୁହାଯିବ ତେବେ ଗାଜର ଅନୁସାରେ ସଜନାରେ ଦଶ ଗୁଣ ଅଧିକ ଥାଏ

ସଜନା ଶାଗ କିମ୍ବା ସଜନା ଛୁଇଁ ଯଦି ଆପଣଙ୍କର ପ୍ରିୟ ପାରିବ ତେବେ ଏହାକୁ ଆପଣଙ୍କର ଦୈନଦିନ ଖାଦ୍ୟରେ ସମ୍ପୃକ୍ତ କରନ୍ତୁ ,ସଜନା କେବେଳ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ l ନିକଟରେ “ଇଣ୍ଟରନେଶନାଲ ଜର୍ଣ୍ଣାଲ ଅଫ ସାଇକୋ ଥେରାପି ରିସର୍ଚ “ଛପା ଯାଇଥିବା ଗୋଟିଏ ଗବେଷଣାରୁ ଏହା ଜଣାପଡିଛି lଗବେଷକ ମାନଙ୍କ ଅନୁସାରେ ସଜନାରେ କମଳା ଠାରୁ ଅଧିକ ଗୁଣର ଭିଟାମିନ-ସି ମିଳିଥାଏ l ଭିଟାମିନ-ଏ ବିଷୟରେ ଯଦି କୁହାଯିବ ତେବେ ଗାଜର ଅନୁସାରେ ସଜନାରେ ଦଶ ଗୁଣ ଅଧିକ ଥାଏ l

ଏହି ଦୁଇଟି ଯାକ ତତ୍ୱ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ସହିତ ତ୍ୱଚାର ଚମକ ମଧ୍ୟ ବଢାଇବାରେ ମୁଖ୍ୟ ଅଂଶ ଗ୍ରହଣ କରେ lବ୍ରଣ ଦାଗ ସହିତ କୁଞ୍ଚନକୁ ଦୂର କରିବା ପାଇଁ ସଜନା ବହୁତ ମୂଲ୍ୟବାନ ଅଟେ l ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ ଦୁଗ୍ଧ ତୁଳନାରେ ସଜନାରେ ୧୭ ଗୁଣ ଅଧିକ କ୍ୟାଲସିୟମ ଉପଲବ୍ଧ ହୋଇଥାଏ l ଏଥିରେ ଆଇରନର ମାତ୍ର ମଧ୍ୟ ଅନ୍ୟ ଶାଗ ମାନଙ୍କ ତୁଳନାରେ ୨୫ ଗୁଣା ଅଧିକ ଥାଏ l ମାଂସପେଶୀ ଓ ହାଡ଼କୁ ମାଝବୁତ କରିବା ବ୍ୟତୀତ ଶରୀରରେ ରକ୍ତ ତିଆରି କରିବାରେ ସଜନା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

Show More

Related Articles

Back to top button