ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଲାଲ ରଙ୍ଗର ଫଳ ଓ ପନିପରିବା ବିଶେଷତ୍ୱ

ଲାଲ ରଙ୍ଗର ଫଳ କିମ୍ବା ପନିପରିବା ଯେପରିକି ଟମାଟୋ ,ସେଓ ,ଡାଳିମ୍ବ ,ଚେରି ,ଷ୍ଟ୍ରବେରି ,ତରଭୁଜ ,ବିଟ ରୁଟ ,ନାଲି ରଙ୍ଗର ପିଆଜ ,ନାଲି ରଙ୍ଗର ବନ୍ଧା କୋବି ଇତ୍ୟାଦି ଏଗୁଡ଼ିକରୁ ଲାଇକୋପୀନ ନାମକ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ,ଯାହା କ୍ୟାନ୍ସର ପ୍ରତିରୋଧକ ହେବ ସହିତ ଅଧିକାଂଶ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ

ଆପଣ ଜାଣିଛନ୍ତିକି ଲାଲ ରଙ୍ଗର ଫଳ ଓ ପନିପରିବା ଏକ ବିଶେଷ ଅଣ୍ଟିଆକ୍ସିଡେଣ୍ଟ ଗୁଣ ରହିଛି ,ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ lଆଜି ଆସନ୍ତୁ ଜାଣିବା ଏହି ଫଳ ଓ ପନିପରିବା ଦ୍ୱାରା ସ୍ୱାସ୍ଥ୍ୟକୁ କି ଲାଭ ମିଳିଥାଏ l

* କ୍ୟାନ୍ସର ପ୍ରତିରୋଧକ -ଲାଲ ଫଳ ଓ ପାନିପରିବାରେ ମିଳୁଥିବା ଲାଇକୋପୀନ ଗୋଟିଏ ଏପରି ଆଣ୍ଟିଅକ୍ସିଡାଣ୍ଟ ଯାହା କ୍ୟାନ୍ସର ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ଏହି ଆଣ୍ଟିଅକ୍ସିଡାଣ୍ଟ ଶରୀରରେ କ୍ୟାନ୍ସର ସେଲକୁ ବଢିବାକୁ ଦିଅନାହିଁ l ରିସର୍ଚରୁ ଜଣା ପଡିଛି ଯେ ସ୍କିନ କ୍ୟାନ୍ସର ,ଲନ୍ସ କ୍ୟାନ୍ସର ,କୋଲନ କ୍ୟାନ୍ସର ,ବ୍ରେଷ୍ଟ କ୍ୟାନ୍ସର ଇତ୍ୟାଦିକୁ ଅଟକାଇବା ପାଇଁ ଲାଇକୋପୀନ ଅତ୍ୟନ୍ତ ଲାଭଦାୟକ l ପ୍ରୋଷ୍ଟେଟ କ୍ୟାନ୍ସରରେ ଡାକ୍ତର ମାନେ ପୁରୁଷ ମାନଙ୍କୁ ଲାଲ ରଙ୍ଗର ଫଳ ଓ ପନିପରିବା ଅଧିକ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି l

* ହୃତ୍ପିଣ୍ଡକୁ ରଖେ ସୁସ୍ଥ -ଲାଲ ରଙ୍ଗର ଫଳ ଓ ପାନିପରିବାରେ ଲାଇକୋପୀନ ଥିବା କାରଣରୁ ଏହା ଆପଣଙ୍କ ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏହାକୁ ସେବନ କରିବା ଦ୍ୱାରା ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ହେବ ସହିତ ଶରୀରରୁ ଖରାପ କୋଲେଷ୍ଟ୍ରଲ କମ ହୋଇଥାଏ l ସେଥିପାଇଁ ହୃଦଗତ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଲାଲ ରଙ୍ଗର ଫଳ ଓ ପନିପରିବା ସେବନ କରିବା ଆବଶ୍ୟକ l

* ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରେ -ଲାଲ ଫଳ ଓ ପରିବାରେ ଲାଇକୋପୀନ ସହିତ ଭିଟାମିନ-ସି ଅଧିକ ପରିମାଣରେ ରହିଥାଏ l ଭିଟାମିନ-ସି ଆପଣଙ୍କ ପ୍ରତିରକ୍ଷା ତନ୍ତ୍ରକୁ ମଝବୁତ କରିବାରେ ସହାୟକ ହୋଇଥାଏ l

*ପାଚନ ତନ୍ତ୍ରକୁ ସୁସ୍ଥ ରଖେ -ଏମିତିରେ ଦେଖିବାକୁ ଗଲେ ସମସ୍ତ ଫଳ ଓ ପାନିପରିବାରେ ଫାଇବର ଭରପୁର ମାତ୍ରାରେ ମିଳିଥାଏ l କିନ୍ତୁ ଲାଲ ରଙ୍ଗ ଫଳ ଓ ପରିବାରେ ମହତ୍ୱ ପୂର୍ଣ୍ଣ ଫାଇବର ସହିତ ପ୍ରାକୃତିକ ପାଣି ମଧ୍ୟ ମିଳିଥାଏ l ଯାହା ଦ୍ୱାରା ଆପଣଙ୍କ ଶରୀର ଥଣ୍ଡା ରହିବ ସହିତ ଡିହାଇଡ୍ରେସନରୁ ଦୁରେଇ ରହିଥାଏ l ଏହା ସହିତ ପାଚନ ତନ୍ତ୍ରକୁ ମଝବୁତ କରିଥାଏ ,ଯାହା ଦ୍ୱାରା ଆପଣଙ୍କ ଶରୀର ଫିଟ ରହିଥାଏ l

* ଗଣ୍ଠି ଯନ୍ତ୍ରଣା ପାଇଁ ଉପଯୋଗୀ -ଲାଲ ଫଳ ଓ ପରିବାରେ ଲାଇକୋପୀନ ରହିଥିବା ହେତୁ ଗଣ୍ଠିର ଯନ୍ତ୍ରଣା ଓ ଫୁଲାକୁ କମ କରିବାରେ ସାହାଯ୍ୟ କରେ l ଲାଲ ରଙ୍ଗର ଖାଦ୍ୟ ଅଣ୍ଟିଆକ୍ସିଡେଣ୍ଟରେ ଭରପୁର ଅଟେ l ଏହା ସହିତ ଏଥିରେ ମଧ୍ୟ ଆଣ୍ଟିଅନ୍ଫ୍ଲମେଟୋରି ଗୁଣ ରହିଛି l ଇମଫ୍ଲେମେସନ କାରଣରୁ ଗଣ୍ଠି ଉପରେ ଚାପ ପଡିଥାଏ ଯାହା ଦ୍ୱାରା ଆପଣଙ୍କର ହାଡ ଦୁର୍ବଳ ହୋଇଥାଏ l କିନ୍ତୁ ଆପଣ ଲାଲ ରଙ୍ଗର ଫଳ ଓ ପରିବା ସେବନ କରିବା ଦ୍ୱାରା ଆପଣଙ୍କର ହାଡ ଦୀର୍ଘ ସମୟ ପାଇଁ ସୁସ୍ଥ ରହିବ l

Show More

Related Articles

Back to top button