Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମହାମାରୀ କରୋନା କାଳରେ ଆଜିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

ମହାମାରୀ କରୋନା କାଳରେ ଆଜିଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କୋଭିଡ-୧୯ କଟକଣା ଯୋଗୁଁ ବିଧାନସଭାର ଅଧିବେଶନରେ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କାରଣ ବିଗତ ୩ ଦିନ ମଧ୍ୟରେ ହୋଇଥିବା କରୋନା ପରୀକ୍ଷା ପରେ ୧୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି

ମହାମାରୀ କରୋନା କାଳରେ ଆଜିଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କୋଭିଡ-୧୯ କଟକଣା ଯୋଗୁଁ ବିଧାନସଭାର ଅଧିବେଶନରେ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କାରଣ ବିଗତ ୩ ଦିନ ମଧ୍ୟରେ ହୋଇଥିବା କରୋନା ପରୀକ୍ଷା ପରେ ୧୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୩ ଜଣ ମନ୍ତ୍ରୀ ଓ ଜଣ ବିଧାୟକ ମଧ୍ୟ ଅଛନ୍ତି । ସେହିପରି ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଗତ ଶନିବାର ଠାରୁ ୩ ଦିନ ଧରି ବିଧାନସଭା ପରିସରରେ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କର କରୋନା ନମୁନା ପରୀକ୍ଷା ହୋଇଥିଲା । ମୋଟାମୋଟି ଭାବେ କହିବାକୁ ଗଲେ କରୋନା ଭାଇରସ ମହାମାରୀ ଯୋଗୁଁ ସାମାଜିକ ଦୂରତା ଓ ସଂକ୍ରମଣରୁ ବର୍ତ୍ତିବା ଲାଗି ସବୁ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି ।

ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଅକ୍ଟୋବର ୭ ତାରିଖ ଯାଏଁ ଜାରି ରହିବ । ଏଥିରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ସାମିଲ ରହିବ । ରାଜ୍ୟ ସରକାର ଏହି ଅଧିବେଶନରେ ୯ଟି ଅଧ୍ୟାଦେଶ ସମେତ ୧୬ଟି ବିଲ ଆଗତ ଓ ପାରିତ କରିପାରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ । ସେହିଭଳି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ମହୀଧର ରଣା, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ବିଧାୟକ ରାଜେନ୍ଦ୍ର ଢୋଲକିଆ ନିଜ ଗୃହ ଜିଲ୍ଲାରୁ ଥାଇ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ ।

Show More

Related Articles

Back to top button