ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଇନ୍ଦୌରରେ ମଙ୍କିପକ୍ସ ଚିହ୍ନଟ,ଦେଶରେ ସଂକ୍ରମଣ ସଂଖ୍ୟା ୯ କୁ ବୃଦ୍ଧି

କରୋନା ମହାମାରୀ ପରେ ମଙ୍କିପକ୍ସ ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । ଧୀରେଧୀରେ ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଲାଣି । ଏହାରି ମଧ୍ୟରେ ଇନ୍ଦୌରର ଜଣେ ମହିଳାଙ୍କ ନିକଟରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଇଛି। ବର୍ତ୍ତମାନ ଦେଶରେ ମଙ୍କିପକ୍ସ ଚିହ୍ନଟଙ୍କ ସଂଖ୍ୟା ୯ କୁ ବୃଦ୍ଧି ପାଇଛି । ତେବେ ମହିଳାଙ୍କ କୌଣସି ଟାଭ୍ରେଲ ହିଷ୍ଟ୍ରି ନଥିବାବେଳେ ମହିଳା ଜଣଙ୍କ ବର୍ତ୍ତମାନ ସଙ୍ଗରୋଧରେ ଥିବା ଜଣାପଡିଛି । ଯାଞ୍ଚ ପାଇଁ ମହିଳାଙ୍କ ନମୁନା ସଂଗ୍ରହ କରି ସ୍ୱାସ୍ଥ୍ୟ ବିଭାଗ ପୁଣେ ପଠାଇଛି।

ସୂଚନା ଯୋଗ୍ୟ, ଉକ୍ତ ମହିଳାଙ୍କୁ ଥଣ୍ଡା,ଜ୍ୱର ସହ ଦେହରେ ଯନ୍ତ୍ରଣା ପରେ ସେ ଘରୋଇ କ୍ଲିନିକ୍‍ରେ ପରୀକ୍ଷା କରାଯାଇଥିଲେ। ଏହି ସମୟରେ ମହିଳାଙ୍କ ଶରୀରରେ ଲାଲ ଦାଗ ଦେଖାଯାଇଥିଲା ,ଡାକ୍ତର ଏନେଇ ଜିଲା ପ୍ରଶାସନକୁ ସୂଚନା ଦେଇଥିଲେ।

Show More

Related Articles

Back to top button