Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପ୍ଲେୟାର ଅଫ୍ ଦି ମ୍ୟାଚର ପୁରସ୍କାର ରାଶି ଫିଲ୍ଡ କର୍ମଚାରୀଙ୍କୁ ଦାନ କଲେ ସିରାଜ

କୋଲକାତା- ବିଜେପି ବିରୁଦ୍ଧରେ ତିଆରି ହୋଇଥିବା ବିରୋଧୀ ଇଣ୍ଡିଆ ମେଣ୍ଟରେ ଫାଟର ସଙ୍କେତ ଦେଖିବାକୁ ମିଳିଛି । କୋଲକାତାରେ ହୋଇଥିବା ମାକପାର ଦୁଇ ଦିବସୀୟ ପୋଲିତ ବ୍ୟୁରୋର ବୈଠକ ରବିବାର ଶେଷ ହୋଇଛି । ତେବେ ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଇଣ୍ଡିଆର ସମିତିକୁ ମାକପା ନିଜର ପ୍ରତିନିଧି ପଠାଇବ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନା୍ଜୀଙ୍କ ପୁତୁରାକୁ ସମିତିରେ ସ୍ଥାନ ଦିଆଯାଇଥିବାରୁ ମକପା ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି ।

ଏଠାରେ ସୂଚନାଯୋଗ୍ୟ, 14 ସଦସ୍ୟ ବିଶିଷ୍ଟ ଇଣ୍ଡିଆ ମେଣ୍ଟର 14 ନମ୍ବର ସ୍ଥାନ ଖାଲି ରଖାଯାଇଥିଲା । ଏହି 14ନମ୍ବର ସ୍ଥାନରେ ମାକପାର ପ୍ରତିନିଧିଙ୍କୁ ସାମିଲ କରାଯିବାର ଯୋଜନା ଥିଲା । ତେବେ ଦଳ ପକ୍ଷରୁ କୁହାଯାଇଛି ଯେ, ପରବର୍ତ୍ତୀ ସମୟରେ ନିଜର ପ୍ରାର୍ଥୀ ଦିଆଯିବ । ମାକପାର ଏହି ନିଷ୍ପତ୍ତି ପରେ ସ୍ପଷ୍ଟ ହୋଇଛି ଯେ, ଅଭିଷେକ ବାନାର୍ଜୀଙ୍କ ସହ ଗୋଟି, ସମିତିରେ ମାକପା ପ୍ରାର୍ଥୀ ରହିବେ ନାହିଁ । କେରଳରେ ମଧ୍ୟ ମାକପା ସ୍ପଷ୍ଟ କରିଛି ଯେ, କଂଗ୍ରେସ ସହ କୌଣସି ସମିତିରେ ଭାଗ ନେବନି ମାକପା । ତେଣୁ ଇଣ୍ଡିଆ ମେଣ୍ଟର ସମିତିରେ ଫାଟ ଥିବା ସ୍ପଷ୍ଟ ହୋଇଛି ।

Show More

Related Articles

Back to top button